ଚୀନରେ ଫସିଥିବା ଦୁଇ ମାଲାବାହୀ ଜାହାଜକୁ ନେଇ ଚିନ୍ତାରେ ଭାରତର, ଫସିରହିଥିବା ୩୯ ନାବିକଙ୍କୁ ସହାୟତା ଦେବାକୁ ଅନୁରୋଧ

ନୂଆଦିଲ୍ଲୀ: ଚୀନର ଦୁଇଟି ବନ୍ଦର ବାହାରେ ୬ ମାସ ଧରି ଅଟକି ରହିଥିବା ଦୁଇଟି ଭାରତୀୟ ଜାହାଜକୁ ନେଇ ବିବୃତି ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଶୁକ୍ରବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମାଲବାହୀ ଜାହାଜ ‘ଏମଭି ଜଗ ଆନନ୍ଦ’ ଏବଂ ‘ଏମଭି ଆନାସ୍ତାସିଆ’ର ସ୍ଥିତି ସମ୍ପର୍କରେ ସୂଚନା ଦେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କ୍ରୁ ସଦସ୍ୟଙ୍କ ଉପରେ ବଢ଼ୁଥିବା ଚାପ ଏବଂ ସେମାନଙ୍କ କଷ୍ଟସାଧ୍ୟ ଅବସ୍ଥାକୁ ନେଇ ଆମେ ଚିନ୍ତିତ। ଆମେ ଉଭୟ ଜାହାଜ ଉପରେ ତୀକ୍ଷ୍ଣ ନଜର ରଖିଛୁ।

ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଚୀନ୍‌ର ଉପବୈଦେଶିକ ମନ୍ତ୍ରୀଙ୍କ ସହ ଭାରତୀୟ ରାଷ୍ଟ୍ରଦୂତ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା କରିଛନ୍ତି। ମନ୍ତ୍ରାଳୟ ଚୀନ୍ ଦୂତାବାସ ସହ ଆଲୋଚନା କରୁଛି। ଚୀନର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, କୋଭିଡ ସମ୍ବନ୍ଧୀୟ ପ୍ରତିବନ୍ଧକ ହେତୁ ଏହି ବନ୍ଦରଗୁଡିକରୁ କ୍ରୁ ପରିବର୍ତ୍ତନ ନେଇ ଅନୁମତି ଦିଆଯାଉ ନାହିଁ। ଆମେ ଜାହାଜର ଡକ୍ ବଦଳାଇବାକୁ କିମ୍ବା କ୍ରୁଙ୍କୁ ପରିବର୍ତ୍ତନ କରିବା ନେଇ ଅନୁମତି ଦେବାକୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ। ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ଆମେ ଚୀନ୍‌କୁ ନିବେଦନ କରିଛୁ। ୩୯କ୍ରୁ ସଦସ୍ୟଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଚୀନ ଅନୁମତି ପ୍ରଦାନ କରିବ ବୋଲି ଆମେ ଆଶା କରୁଛୁ।

External Affairs (MEA) has initiated diplomatic talks with China to rescue Indian sailors
oneindia

ଉଲ୍ଲେଖଯୋଗ୍ୟ, ମାଲ ପରିବହନ ଜାହାଜ ‘ଏମଭି ଜଗ ଆନନ୍ଦ’ ଚୀନର ହୁବେଇ ପ୍ରଦେଶର ଜିଙ୍ଗଟାଙ୍ଗ ବନ୍ଦର ନିକଟରେ ଜୁନ୍ ୧୩ଠାରୁ ଅଟକି ରହିଛି । ସେଥିରେ ୨୩ଜଣ ଭାରତୀୟ ନାବିକ ରହିଛନ୍ତି। ଦ୍ୱିତୀୟ ଜାହାଜ ‘ଏମଭି ଆନାସ୍ତାସିଆ’ ସେପ୍ଟେମ୍ବର ୨୦ରୁ ଚୀନର କାଓଫିଡିଆ ବନ୍ଦର ନିକଟରେ ଅଟକି ରହିଛି , ଯେଉଁଥିରେ ୧୬ଜଣ ଭାରତୀୟ କର୍ମଚାରୀ ଅଛନ୍ତି। ଏତେ ମାସ ଧରି ଜାହାଜ ଅଟକି ରହିଥିବାରୁ କ୍ରୁ ସଦସ୍ୟମାନେ ପ୍ରବଳ ଚାପର ସମ୍ମୁଖୀନ ହେଉଛନ୍ତି | ନିଜ ସ୍ୱାସ୍ଥ୍ୟକୁ ନେଇ ସେମାନଙ୍କର ଚିନ୍ତା ବୃଦ୍ଧି ପାଇଛି | କାରଣ ଜାହାଜରେ ମହଜୁଦ ଥିବା ଅଧିକାଂଶ ଜିନିଷ ଶେଷ ହେବାକୁ ବସିଲାଣି।

ସମ୍ବନ୍ଧିତ ଖବର