ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ପ୍ରସ୍ତାବିତ ଭାରତ ଓ ପାକିସ୍ତାନ କଥାବାର୍ତ୍ତାକୁ ଭାରତ ସରକାର ବାତିଲ କରିବାର ସମ୍ଭାବନା ରହିଛି । ଖୁବଶୀଘ୍ର ଏ ନେଇ ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି । ଅର୍ଥାତ ଜାତିସଂଘରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ହାତ ମିଳେଇବେ ନାହିଁ । ସୀମାରେ ବିଏସଏ ଯବାନଙ୍କୁ ପାକିସ୍ତାନ ସୈନ୍ୟ ମାନଙ୍କ ଦ୍ୱାରା ବିଭତ୍ସ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ମୋଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ ଯେ ଭାରତ ସହିତ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଭାରତ ଏହାର ସକାରାତ୍ମକ ଜବାବ ଦେଇଥିଲା ଓ ଚଳିତମାସ ଶେଷ ଭାଗରେ ନ୍ୟୁୟର୍କରେ ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ବିଦେଶ ମନ୍ତ୍ରୀ ସ୍ତରରେ ଏହି ଆଲୋଚନା ହେବ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଗତକାଲି କହିଥିଲେ । କିନ୍ତୁ ଏହାକୁ ନେଇ ଦେଶରେ ସରକାରଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/india-pak.jpg)