ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦକୁ ନେଇ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରଥମେ ଗତ ୮ ତାରିଖରେ ଦୁଇ ଦେଶ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ବାତିଲ କରିବାପରେ ଭାରତ ଏହାର କଡ଼ା ଜବାବ ଦେଇ ଦିଲ୍ଲୀରୁ ଅଟ୍ଟାରିକୁ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ସେବାକୁ ବାତିଲ କରିଦେଇଛି।
/sambad/media/post_attachments/wp-content/uploads/2019/08/SAMJHAUTAEXPRESS-1.jpg)
ଭାରତୀୟ ରେଳବାଇ ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ଅପରପକ୍ଷେ ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ସମଝୌତା ଏବଂ ଥର୍ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ସଂକ୍ରାନ୍ତ ପାକିସ୍ତାନର ନିଷ୍ପତ୍ତିକୁ ପୁନଃ ସମୀକ୍ଷା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା ପାକିସ୍ତାନ ଏହାର ବିରୋଧ କରିଛି। ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରଶିଦ ଅହମଦ କହିଛନ୍ତି, ସେ ରେଳ ମନ୍ତ୍ରୀ ପଦବିରେ ଥିବା ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ବାତିଲ ହୋଇଥିବା ଟ୍ରେନ୍ ସେବା ପୁନଃ ଚଳାଚଳ ହେବନାହିଁ। ଉଲ୍ଲେଖଯୋଗ୍ୟ ଭାରତୀୟ ରେଳବାଇ ପକ୍ଷରୁ ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ପ୍ରତି ରବିବାର ଦିଲ୍ଲୀରୁ ଅଟ୍ଟାରି ଅଭିମୁଖେ ଯାତ୍ରା କରିଥାଏ ଏବଂ ପାକିସ୍ତାନ ପକ୍ଷରୁ ମଧ୍ୟ ଏହି ଟ୍ରେନ୍ ଲାହୋର ଏବଂ ଅଟ୍ଟାରି ମଧ୍ୟରେ ଚଳାଚଳ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/India-Stop-Service-of-Samjhouta-Express_Thumbnail.jpg)