ନୂଆଦିଲ୍ଲୀ: ଶରଣାର୍ଥୀ ପ୍ରସଙ୍ଗରେ ଭାରତ ସରକାର ଆଜି ସୁପ୍ରିମ୍ କୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଭାରତ କୌଣସି ପରିସ୍ଥିତିରେ ବି ବିଶ୍ୱରେ ଶରଣାର୍ଥୀମାନଙ୍କର ରାଜଧାନୀ ହୋଇ ପାରିବ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି ଯେ ଆସାମରେ ତ୍ରୁଟିପୂର୍ଣ୍ଣ ଭାବେ ବହୁ ଶରଣାର୍ଥୀ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନସ୍ (ଏନ୍ଆରସି) ତାଲିକାରେ ସାମିଲ ହୋଇ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଶରଣାର୍ଥୀଙ୍କୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦିଆଯାଇଛି। ଏବଂ ଚୂଡ଼ାନ୍ତ ତାଲିକା ଆସନ୍ତା ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ବୋଲି ସେ ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି।