ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ଉପରେ ଅଧିକ ଦିନ ନିର୍ଭର କରିହେବ ନାହିଁ : ରାଜନାଥ

ନୂଆଦିଲ୍ଲୀ : ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଆମଦାନୀ ପ୍ରତିରକ୍ଷା ସାମଗ୍ରୀ ଉପରେ ବେଶୀଦିନ ନିର୍ଭର କରିହେବ ନାହିଁ ବୋଲି ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

ସେ କହିଛନ୍ତି ଯେ ଏବେ ଚାଲିଥିବା ଯୁଦ୍ଧ ଆମକୁ ଦେଖାଇ ଦେଇଛି ଯେ, କେବଳ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ନୁହେଁ, ବ୍ୟବସାୟିକ ସାମଗ୍ରୀ ଯୋଗାଣକୁ ନେଇ ବି ବିବାଦ ସୃଷ୍ଟି ହୋଇପାରେ ।

ନୂଆଦିଲ୍ଲୀଠାରେ ୩୭ତମ ଏୟାର ଚିଫ ମାର୍ସାଲ ପିସି ଲାଲ ସ୍ମାରକୀ ଭାଷଣ ଦେଇ ସେ କହିଛନ୍ତି ଯେ ଭବିଷ୍ୟତର ଯୁଦ୍ଧ ଦାଉରୁ ଦେଶକୁ ବଞ୍ଚାଇବାକୁ ହେଲେ ଆମକୁ ଟେକନଲୋଜୀ କ୍ଷେତ୍ରରେ ଦକ୍ଷ ହେବାକୁ ପଡ଼ିବ ।

କିଛି ଦିନ ତଳେ ସେ କହିଥିଲେ ଯେ, ୟୁକ୍ରେନ ୟୁଦ୍ଧ ପରେ ବିଶ୍ବର ସୁରକ୍ଷା ସ୍ଥିତି, ଶାନ୍ତି, ବିଶ୍ବ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆସିଯାଇଛି । ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେଉଛି । ଏହାର ମୁକାବିଲା କରିବାକୁ ହେଲେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିବ । ଆହୁରି ମଧ୍ୟ ଭବିଷ୍ୟତରେ ଭାରତ ଅଣପାରମ୍ପରିକ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ । ତାହାର ମୁକାବିଲା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର