ଭାରତ ସବୁଦିନ ପର୍ଯ୍ୟନ୍ତ ଆମଦାନୀ ହୋଇଥିବା ପ୍ରତିରକ୍ଷା ସାମଗ୍ରୀ ଉପରେ ନିର୍ଭର କରିପାରିବ ନାହିଁ : ରାଜନାଥ

ନୂଆଦିଲ୍ଲୀ : ଭାରତ ସବୁଦିନ ପାଇଁ ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ଉପରେ ନିର୍ଭର କରି ରହିପାରିବ ନାହିଁ । ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ହେବ ।
କେତେକ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ନିର୍ମିତ ସାମଗ୍ରୀର ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ଭାରତ ନିଜର ପ୍ରତିରକ୍ଷା ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ସହଯୋଗ ଓ ଆମଦାନୀ କରାଯାଉଥିବା ସାମଗ୍ରୀ ଉପରେ ସବୁଦିନ ପାଇଁ ନିର୍ଭର କରିପାରିବ ନାହିଁ । କାରଣ ଏହା ଶକ୍ତିଶାଳୀ ଓ ଆତ୍ମନିର୍ଭର ଭାରତର ଅନୁକୂଳ ନୁହେଁ । ଗୋଟିଏ ଦେଶ ପାଇଁ ସୁରକ୍ଷା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଦେଶ ନିଜକୁ ସୁରକ୍ଷା କରିପାରିଲା ଅନ୍ତର୍ଜାତୀୟ ସ୍ତରରେ ତାହାର ଭଲ ଭାବମୂର୍ତ୍ତି ସୃଷ୍ଟି ହେବ ।

ରାଜନାଥ ସିଂ ଗତ ରବିବାରଦିନ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ନିଷେଧାଜ୍ଞା ଲଗାଇଥିଲେ । ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଭାରତ ନିଜ ପ୍ରତିରକ୍ଷା ଚାହିଦାର ଏକ ବଡ଼ ଭାଗ ଆମଦାନୀ କରିଥାଏ । ଏହି ଆମଦାନୀର ପ୍ରାୟ ୬୫ ପ୍ରତିଶତ ଋଷିଆରୁ ଆମଦାନୀ ହୋଇଥାଏ । ଦ୍ୱିତୀୟ ସ୍ଥାନରେ ଆମେରିକା ରହିଛି । ପୂର୍ବରୁ ଭାରତ ନିଜ ପ୍ରତିରକ୍ଷା ଆବଶ୍ୟକତାର ପ୍ରାୟ ୮୦ ପ୍ରତିଶତ ଋଷିଆରୁ ଆମଦାନୀ କରୁଥିଲେ ମଧ୍ୟ ଏବେ ତାହା ହ୍ରାସ ପାଇଚାଲିଛି ।

ସମ୍ବନ୍ଧିତ ଖବର