ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଜାରି ରହିଛି ୧୨ତମ ଭାରତ-ଚୀନ ସେନା ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରୁ ସେନା ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ ପାଇଁ ଆଜି ଭାରତ ଓ ଚୀନ ମଧ୍ୟରେ ୧୨ତମ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେଉଛି । ଆଜି ଅର୍ଥାତ ଶନିବାର ସାଢେ ୧୦ଟାରୁ ଏଲଏସିର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ଆରମ୍ଭ ହୋଇଥିଲା । ଆଜିର ବୈଠକରେ ଗୋଗ୍ରା ଶିଖର ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଏହି ଆଲୋଚନା ହୋଉଥିବା ଜଣାଯାଇଛି ।

ଗତ ବର୍ଷ ଚୀନ ସେନା ଏଲଏସି ଅତିକ୍ରମ କରିବା ପରେ ଏହି ଦୁଇଟି ଫିକ୍ସନ ପଏଣ୍ଟ ବା ସଂଘର୍ଷ ସ୍ଥଳୀ ସୃଷ୍ଟି ହୋଇଥିଲା । ଏହି ଦୁଇଟି ଅଂଚଳରେ ଚୀନ ସେନା ଏବେ ବି ରହିଛନ୍ତି ଓ ତାହାକୁ ତାଳଦେଇ ସେଠାରେ ଭାରତୀୟ ସେନା ବି ମୁତୟନ କରାଯାଇଛି ।
ଦୁଇଦିନ ତଳେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ କହିଥିଲେ ଯେ ଗଲଓ୍ବାନ ଘାଟି ଓ ପେଙ୍ଗୟାଙ୍ଗ ହ୍ରଦ ନିକଟରୁ ଦୁଇଦେଶର ସେନା ପ୍ରତ୍ୟାହୃତ ହୋଇଛନ୍ତି । ତେବେ ଭାରତ ଏହାକୁ ଅସ୍ବୀକାର କରିଥିଲା ।

 

ସମ୍ବନ୍ଧିତ ଖବର