ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ରାଜ୍ୟ ପରିଷଦ ୱାଙ୍ଗ ୱାଇଙ୍କୁ ଭେଟିଛନ୍ତି। ଋଷର ରାଜଧାନୀ ମସ୍କୋରେ ଦୁଇ ମନ୍ତ୍ରୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ସୀମା ବିବାଦକୁ ନେଇ ଆଲୋଚନା କରିଥିଲେ। ପୂର୍ବ ଲଦାଖରେ କିପରି ତିକ୍ତତା ହ୍ରାସ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ପରିବେଶକୁ ଥଣ୍ଡା କରିବାକୁ ଦୁଇ ନେତା ୫ଟି କଥାକୁ ମାନି ଚଳିବା ପାଇଁ ସହମତ ହୋଇଥିବା ଜଣା ପଡ଼ିଛି। ସେ ମଧ୍ୟରେ ରହିଛି....
୧. ଭାରତ-ଚୀନ୍ ସମ୍ପର୍କର ବିକାଶ ଉପରେ ନେତାଙ୍କ ସହମତି ଭିତ୍ତିରେ ଉଭୟ ପକ୍ଷ ମାର୍ଗଦର୍ଶନ ଗ୍ରହଣ କରିବା ଉଚିତ, ଯେପରିକି ମତଭେଦ ବିବାଦର ଋପ ନନେବ।
୨.ସୀମା ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତି ଉଭୟ ପକ୍ଷର ହିତରେ ନାହିଁ | ତେଣୁ ଉଭୟ ପକ୍ଷର ସୀମାରେ ସୈନ୍ୟମାନେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରଖିବେ, ଶୀଘ୍ର ସୈନ୍ୟ ପ୍ରତ୍ୟାହର କରିବେ, ଉପଯୁକ୍ତ ଦୂରତା ବଜାୟ ରଖିବେ ଏବଂ ଉତ୍ତେଜନାକୁ ହ୍ରାସ କରିବେ।
୩.ଚୀନ୍-ଭାରତ ସୀମା ବ୍ୟାପାରରେ ଥିବା ସମସ୍ତ ଚୁକ୍ତିନାମା ଏବଂ ପ୍ରୋଟୋକଲ୍ ଉଭୟ ପକ୍ଷ ପାଳନ କରିବେ। ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବେ ଏବଂ ଉତ୍ତେଜନା ବୃଦ୍ଧି କରୁଥିବା କୌଣସି କାର୍ଯ୍ୟଠାରୁ ଦୂରେଇ ରହିବେ।
୪.ଭାରତ-ଚୀନ୍ ସୀମା ପ୍ରଶ୍ନ ଉପରେ ସ୍ୱତନ୍ତ୍ର ପ୍ରତିନିଧୀ ପ୍ରଣାଳୀ ମାଧ୍ୟମରେ କଥାବାର୍ତ୍ତା ଏବଂ ଯୋଗାଯୋଗ ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହା ସହ ଭାରତ-ଚୀନ୍ ସୀମା ବ୍ୟାପାର ଉପରେ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମ୍ ମଧ୍ୟ ଏହାର ବୈଠକ ଜାରି ରଖିବା ଉଚିତ୍ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି।
୫. ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ତଥା ବଢ଼ାଇବା ପାଇଁ ନୂତନ ଆତ୍ମନିର୍ଭରଶୀଳ ପଦକ୍ଷେପ ଗ୍ରହଣ କରିବାକୁ ଦୁଇ ପକ୍ଷ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଚିତ।