ଦୀର୍ଘ ୪୫ ବର୍ଷ ପରେ ଭାରତ-ଚୀନ ସୀମାରେ ସହିଦ ହେଲେ ଯବାନ

ଲଦାଖ: ବିଶ୍ୱ ମହାମା‌ରୀ କରୋନାକୁ ନେଇ ବିଶ୍ବବ୍ୟାପୀ ନିନ୍ଦିତ ହେଉଥିବା ଚୀନ୍‌ ଏବେ ଦୃଷ୍ଟି ହଟାଇବ‌ା ଲାଗି ଭାରତକୁ ଟାର୍ଗେଟ୍ କରିଛି। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ଚୀନ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଛନ୍ତି।

ଭାରତ-ଚୀନ୍ ସୀମାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ଚୀନ ସେନାର କେତେ ଜଣ ଯବାନ ମୃତ ଓ ଆହତ ହୋଇଛନ୍ତି ଏନେଇ ଚୀନ କୌଣସି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଚୀନ୍ର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି । ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ସିଜିନ୍ ଟ୍ୱିଟ୍ କରି ଲେଖିଛନ୍ତି- ସୀମାରେ ହୋଇଥିବା ମୁହାଁମୁହିଁରେ ଚୀନ ସେନାର ଯବାନ ଆହତ ହୋଇଛନ୍ତି । ଏହି ହାତାହାତିରେ କେତେ ଜଣ ଚୀନ ଯବାନ ମରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ଅନେକ ଯବାନ ଆହତ ହୋଇଥିବା ସେ ଲେଖିଛନ୍ତି । ଗ୍ଲୋବାଲ ଟାଇମ୍ସ ହେଉଛି ଚୀନରେ ଶାସନ କରୁଥିବା କମ୍ପୁନିଷ୍ଟ ପାର୍ଟିର ଅଫିସିଆଲ୍ ଖବରକାଗଜ।


Business Line

ଗତ ୧୫ ଓ ୧୬ ତାରିଖ ରାତିରେ କ’ଣ ଘଟିଥିଲା ସେ ନେଇ ସ୍ପଷ୍ଟ ସୂଚନା ଆସିବାରେ ଲାଗିଛି । ଭାରୀତୟ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭାରତ-ଚୀନ୍ ବୁଝାବଣା ଅନୁସାରେ ଗଲୱାନ୍ ଘାଟୀରୁ ହଟିଥିଲା ଚୀନ ସେନା । ଆଉ ପୋଷ୍ଟ ଛାଡ଼ି ଗଲା ବେଳେ ଉତକ୍ଷିପ୍ତ ହୋଇ ଉଠିଥିଲେ ଚୀନ ଯବାନ । ପୋଷ୍ଟ ଛାଡ଼ି ଗଲା ବେଳେ ପ୍ରଥମେ ଭାରତର କମାଣ୍ଡିଂ ଅଫିସରଙ୍କୁ ଲୁହାରଡ ଓ ପଥରରେ ଆକ୍ରମଣ କରିଥିଲେ । ଏହାର ମୁହାଁତୋଡ ଜବାବ ଦେଇଥିଲେ ଭାରତୀୟ ଯବାନ । ଏହାକୁ ନେଇ ଦୀର୍ଘ ଘଂଟା ଧରି ମୁହାଁମୁହିଁ ହୋଇଥିଲେ ଉଭୟ ଭାରତୀୟ ଏବଂ ଚୀନ ସେନାର ଯବାନ । ଗଲୱାନ୍ ଘାଟିର ୧୪ ନମ୍ବର ପାଟ୍ରୋଲ ପଏଂଟରେ ଘଟିଥିଲା ଏହି ଗଣ୍ଡଗୋଳ । ଏହି ମାରପିଟ୍ ଘଟଣାରେ ଉଭୟ ପକ୍ଷରୁ ଯବାନ ଆହତ ହୋଇଥିଲେ ।

ଭାରତୀୟ ଯବାନଙ୍କ ଉପରେ ଲୁହା ରଡ ଓ ପଥରରେ ଆକ୍ରମଣ କରିଛି ପିପୁଲ୍ସ ଲିବରେସନ୍ ଆର୍ମି । ପୂର୍ବ ଲଦାଖ ଓ ଅକ୍ସାଇ ଚୀନକୁ ଭାଗ କରୁଥିବା ଲାଇନ ଅଫ ଆକଚୁଆଲ କଂଟ୍ରୋଲ- ଏଲଏସିର ଗାଲୱାନ ଘାଟି ଅଂଚଳରେ ଏହି ହିଂସାକାଣ୍ଡ ହୋଇଛି । ସୀମା ବିବାଦକୁ ନେଇ ଦୁଇ ଦେଶ ଆଲୋଚନା ଜରିଆରେ ସମାଧାନର ବାଟ ଫିଟାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ସଂଘର୍ଷ ସ୍ଥିତିକୁ ଆହୁରି ଜଟିଳ କରିପକାଇଛି ।

ସମ୍ବନ୍ଧିତ ଖବର