ଲଦାଖରେ ଭାରତୀୟ ସେନାର ପ୍ରସ୍ତୁତି ଦେଖି ଚୀନର ଚେତା ପଶିଲା, କିଣିଲା ଶୀତ ପୋଷାକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ସହିତ ସାତମାସ ଧରି ଚାଲିଥିବା ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଭାରତ ପକ୍ଷରୁ  ପ୍ରାୟ ୫୦,୦୦୦ ସୈନ୍ୟଙ୍କୁ ନିୟୋଜିତ କରାଯାଇଛି। ୧୪୦୦୦ ଫୁଟ ଉଚ୍ଚରେ ଶୀତକୁ ଦୃଷ୍ଟିରେ ରଖି ଭାରତ ଆଗୁଆ ପ୍ରସ୍ତୁତ ହୋଇଥିବା ବେଳେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଏବେ ଜରୁରୀକାଳିନ ପରିସ୍ଥିତିରେ ପ୍ରସ୍ତୁତି ଆରମ୍ଭ କରିଛି।

ଳଦାଖରେ ଏବେ ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରିକୁ ହ୍ରାସ ପାଇଛି। ଏଭଳି ଶୀତରେ ଭାରତୀୟ ସୈନ୍ୟ ସେଠାରେ ତିଷ୍ଠି ପାରିବେ ବୋଲି ଚୀନ ଚିନ୍ତା କରି ନ ଥିଲା। ତେବେ ଚୀନ୍ ନି‌‌ୟୋଜିତ ଥିବା‌ ଭାରତୀୟ ସୈନ୍ୟଙ୍କ ସହିତ ମୁକାବିଲା ଲାଗି ଗତ ମାସରେ ଅତିରିକ୍ତ ଶୀତ ସାମଗ୍ରୀ ଆଣିଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରେ ତାପମାତ୍ରା ଶୀତ ଦିନେ ଶୂନରୁ ବିଯୁକ୍ତ ୪୦ରୁ ୫୦ ଡିଗ୍ରିକୁ ଖସିଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ପ୍ରାରମ୍ଭିକ ସମୟରେ ଚୀନ ସୈନ୍ୟ ୯ ହଜାରରୁ ୧୦ହଜାର ଫୁଟ ଉଚ୍ଚତା ପାଇଁ ଶୀତକାଳୀନ ପୋଷାକ ନିଜ ସାଥୀ‌ରେ ନେଇ ଆସିଥିଲା। ୧୫,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଭାରତ-ଚୀନ୍ ଷ୍ଟାଣ୍ଡଅଫ୍ ଜାରି ରହିଛି । ଏହାକୁ ଦେଖି ଚୀନର ଚେତା ପଶିଥିଲା। ଅନୁଭବ କରିଥିଲେ କି ସେମାନଙ୍କୁ ଆହୁରି ଉନ୍ନତମାନର ଶୀତ ପୋଷାକ ଆବଶ୍ୟକ ରହିଛି।

ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ସେମାନେ ବୋଧ ହୁଏ ଆଶା କରି ନ ଥିଲେ କି ଭାରତୀୟ ସୈନମାନେ ଏଭଳି ପ୍ରତିଯୋଗିତାମୂଳକ ସ୍ଥାନମାନଙ୍କରେ ତିଷ୍ଠି ରହି ପାରିବେ ବୋଲି।

ସୂତ୍ରରୁ ପ୍ରକାଶ ଯେ, ଅତ୍ୟଧିକ ଥଣ୍ଡା ମୁକାବିଲାଲାଗି ପୋଷାକର ଜରୁରୀକାଳିନ  କ୍ରୟ ପାଇଁ ମିଳିତ ଭାବେ ପିଏଲଏର ଲଜିଷ୍ଟିକ ସପୋର୍ଟ ଫୋର୍ସ ଏକ ଗୁଣାତ୍ମକ ତଦାରଖ ଦଳ ଗଠନ କରିଛି। ଏହି ଦଳକୁ ବର୍ତ୍ତମାନ ଉନ୍ନତମାନର ପୋଷାକ ସୈନ୍ୟମାନଙ୍କୁ ବିତରଣ କରିବାକୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର