ନୂଆଦିଲ୍ଲୀ: ୨୦୨୦ ଗଲ୍‌ୱାନ୍‌ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚୀନ୍‌ ସ‌ୈନିକମାନଙ୍କ ସହିତ ଭାରତୀୟ ସୈନିକମାନଙ୍କର ଆଉ ୨ଥର ସଂଘର୍ଷ ଘଟିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

Advertisment

ପୂର୍ବରୁ ଜଣାପଡ଼ି ନ ଥିବା ଏ ଘଟଣା ଭାରତୀୟ ସେନା କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ ସମୟରେ ଦିଆଯାଉଥିବା ପ୍ରଶସ୍ତିପତ୍ରରୁ ଜଣାପଡ଼ିଛି।

ଗତ ସପ୍ତାହରେ ସେନାର ପଶ୍ଚିମ କମାଣ୍ଡ୍‌ ଆୟୋଜନ କରିଥିବା ପୁରସ୍କାର ଉତ୍ସବରେ ପ୍ରଦାନ କରାଯାଇଥିବା ପ୍ରଶସ୍ତିପତ୍ରରେ ଏ କଥା ଉଲ୍ଲେଖ ଅଛି। ଚୀନ୍‌ର ‘ପିପୁଲ୍‌ସ୍‌ ଲିବେରେସନ୍‌ ଆର୍ମି’ର (ପିଏଲ୍‌ଏ) ସୈନିକମାନ‌ଙ୍କ ଆକ୍ରମଣାତ୍ମକ ଆଚରଣକୁ କିଭଳି ଭାରତୀୟ ସୈନ୍ୟ ମୁକାବିଲା କଲେ, ସେ ବିଷୟରେ ଉକ୍ତ ପ୍ରଶସ୍ତିପତ୍ରରେ ସଂକ୍ଷିପ୍ତ ବିବରଣୀ ରହିଛି।

publive-image Image Courtesy of NDTV

ଘଟଣା ଦୁଇଟି ୨୦୨୧ ସେପ୍ଟେମ୍ବର ଓ ୨୦୨୨ ନଭେମ୍ବର ମାସରେ ଘଟିଥିବା କଥା ପ୍ରଶସ୍ତିପତ୍ରରେ ଉଲ୍ଲେଖ କରାଯାଇଛି। କିନ୍ତୁ, ଭାରତୀୟ ସେନା ଏ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ଦେଇ ନାହିଁ।

ଚଣ୍ଡିମନ୍ଦିର ଅଞ୍ଚଳରେ ମୁଖ୍ୟାଳୟ ଥିବା ସେନାର ୱେଷ୍ଟର୍ଣ୍ଣ କମାଣ୍ଡ୍‌ ଜାନୁଆରି ୧୩ ତାରିଖରେ ଅନୁଷ୍ଠିତ ଏହି ଉତ୍ସବର ଭିଡିଓ ମଧ୍ୟ ‘ୟୁଟ୍ୟୁବ୍‌’ରେ ଅପ୍‌ଲୋଡ୍‌ କରିଛି। ଏହି ଉତ୍ସବରେ ଚୀନ୍‌ ସେନାର ମୁକାବିଲା କରିଥିବା ଅନେକ ଯବାନଙ୍କୁ ପୁରସ୍କୃତ କରାଯାଇଛି।