ନୂଆଦିଲ୍ଲୀ:  ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଚୀନ୍‌ର ଭୟ ବଢ଼ିବାରେ ଲାଗିଛି। ଚୀନ୍‌ର ସବୁଠାରୁ ବଡ ଭୟ ହେଉଛି ବାଣିଜ୍ୟ। ଜାନୁଆରୀରେ ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଟ୍ରମ୍ପ ଚୀନ୍ ଉପରେ ଲାଗୁ ହୋଇଥିବା ଶୁଳ୍କ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

Advertisment

ଏପ‌େଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଏଣ୍ଟିଆନେରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଡୋଙ୍ଗ ଜୁନ୍ ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଏବଂ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିଲା। ଶାନ୍ତି ଓ ସହଯୋଗ ପାଇଁ ଭାରତ-ଚୀନ ସମ୍ପର୍କ ବଜାୟ ରଖିବାକୁ ରାଜନାଥ ସିଂହ ଆହ୍ୱାନ ଦେଇଛନ୍ତି ।

ଏଡିଏମଏମ-ପ୍ଲସ୍ ବୈଠକରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ଲାଓସର ଭିଏଣ୍ଟିଆନେଠାରେ ଆୟୋଜିତ ଏକାଦଶ ଆସିଆନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଏଡିଏମ୍ଏମ୍-ପ୍ଲସ ଅବସରରେ ଏହି ଆଲୋଚନା ହୋଇଥିଲା। ଲଦାଖ ଅଞ୍ଚଳରେ ସାମରିକ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ପାଇଁ ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରେ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଭାରତ ଏବଂ ଚୀନ୍ ଭଳି ବିଶାଳ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ କେବଳ ଏସିଆ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ।