ନୂଆଦିଲ୍ଲୀ: ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବୈଠକ ହୋଇଥିବା ବେଳେ ଏପଟେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି ଦୁଇ ଦେଶର ସେନା।  ଗୋଟିଏ ପଟେ ଚୀନ୍ ଭାରତ ସହ ଶାନ୍ତି ପ୍ରତିଷ୍ଠା ପାଇଁ କଥାବାର୍ତ୍ତା କରିବା ସହ ଅନ୍ୟ ପଟେ ପେଙ୍ଗୋଙ୍ଗ ଅଞ୍ଚଳରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି। ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଥିବା ଚୀନ ସେନାର ସବୁ ପ୍ରକାରର ଉଦ୍ଦେଶ୍ୟକୁ ବିଫଳ କରିବା ପାଇଁ ଏବେ ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ରେ ବୋଫର୍ସ ତୋପ ନିୟୋଜିତ କରିବା ଆରମ୍ଭ କରିଛି |

Advertisment

ବୋଫର୍ସ ତୋପ ନିୟୋଜିତ କରିବା ଭାରତୀୟ ସେନା ପାଇଁ ଏକ ପ୍ରମୁଖ ପଦକ୍ଷେପ। ଚୀନ୍ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ପାଇଁ ବୋଫର୍ସ ତୋପ ସହ ପ୍ରାୟ ୪୦ହଜାର ଭାରତୀୟ ସୈନିକଙ୍କୁ ଏଲଏସିରେ ନିୟୋଜିତ କରାଯାଇଛି। ବାୟୁସେନା ମଧ୍ୟ ସବୁ ପ୍ରକାରର ପରିସ୍ଥିତିର ସାମ୍ନାକୁ କରିବା ପାଇଁ ପ୍ରସ୍ତୁତ ରହିଛି।

30 years after Bofors, India to get its 1st modern artillery guns tomorrow  | Business Standard News Business Standard

ଭାରତୀୟ ସୈନିକମାନେ ପୂର୍ବ ଲଦାଖର ବିଭିନ୍ନ ଅଞ୍ଚଳରେ ନିଜର ଦୃଢ଼ତା ବୃଦ୍ଧି କରିଛନ୍ତି। ପେଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ଚୀନ୍‌ର ଅସ୍ଥିରତା ବୃଦ୍ଧି ପାଇଛି। ଯଦିଓ ଚୀନ୍ ନିଜର ଯବାନ, ଯାନବାହାନ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି, କିନ୍ତୁ ଏହି ଅଞ୍ଚଳର ଉଚ୍ଚରେ ଭାରତୀୟ ସୈନିକମାନେ ନିଜ ସ୍ଥାନ ସୁଦୃଢ଼ କରିସାରିଥିବାରୁ ଚୀନ ଚିନ୍ତାରେ ପଡ଼ିଯାଇଛି। ଭାରତୀୟ ସୈନିକମାନେ ଉଚ୍ଚତାରେ ଉପସ୍ଥିତ ଅଛନ୍ତି ଏବଂ ସେମାନେ ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ସବୁବେଳେ ନଜର ରଖିଛନ୍ତି।