ଭାରତ ଓ ଚୀନ୍‌ ମଧ୍ୟରେ ଚାଲିଛି ସୀମା ଆଲୋଚନା; ‘ହଟ୍‌ ସ୍ପ୍ରିଙ୍ଗ୍‌ସ୍’ ଅଞ୍ଚଳରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାନ୍ତ ଅଚଳାବସ୍ଥା ସମାଧାନ ନିମନ୍ତେ ଆଜି ଭାରତ ଓ ଚୀନ୍‌ ମଧ୍ୟରେ ୧୪ଶ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ‘ୱାର୍କିଙ୍ଗ୍‌ ମେକାନିଜମ୍‌ ଫର୍‌ କନ୍‌ସଲ୍‌ଟେସନ୍‌ ଆଣ୍ଡ୍‌ କୋଅର୍ଡିନେସନ୍ ଅନ୍‌ ଇଣ୍ଡିଆ-ଚାଇନା ବର୍ଡର୍‌ ଆଫେୟାର୍ସ’ (ଡବ୍ଲୁଏମ୍‌ସିସି) ଅଧୀନରେ ଉପରୋକ୍ତ ଆଲୋଚନା ଚାଲିଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ମାସରେ ପାଙ୍ଗୋଙ୍ଗ୍‌ ହ୍ରଦର ଉତ୍ତର ଏବଂ ଦକ୍ଷିଣ ତଟ ଓ ଅଗଷ୍ଟ ମାସରେ ଗୋଗ୍ରା ଅଞ୍ଚଳରୁ ଦୁଇ ଦେଶ ସୈନ୍ୟ ଅପସାରଣ ପ୍ରକ୍ରିୟା ଶେଷ କରିଥିଲେ। ତେଣୁ, ୧୪ଶ ପର୍ଯ୍ୟାୟ ଆଲୋଚନାରେ ‘ହଟ୍‌ ସ୍ପ୍ରିଙ୍ଗ୍‌ସ୍‌’ ଅଞ୍ଚଳରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ବ ଦିଆଯାଇପାରେ।

Image Courtesy of The Indian Express

ସମ୍ପ୍ରତି ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ଦୁଇ ଦେଶର ପ୍ରାୟ ୬୦ ହଜାର ସୈନିକ ଉପସ୍ଥିତ ଅଛନ୍ତି। ହଜାର ହଜାର ସୈନିକ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରି ଉଭୟ ଦେଶ ଧୀରେ ଧୀରେ ସେମାନଙ୍କର ସୈନ୍ୟ ମୁତୟନ ସଂଖ୍ୟା ବୃଦ୍ଧି କରିଛନ୍ତି।

ବାସ୍ତବ ନିୟନ୍ତ୍ରଣ ରେଖାର ପୂର୍ବାଞ୍ଚଳ ସେକ୍ଟର୍‌ ଅନ୍ତର୍ଗତ ‘ତିବ୍ବତ ସ୍ବୟଂଶାସିତ ଅଞ୍ଚଳ’ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟସ୍ଥ ବିବାଦୀୟ ଅଞ୍ଚଳରେ ଚୀନ୍‌ ବିଶାଳ ଗ୍ରାମ ସ୍ଥାପନ କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ପ୍ରକାଶ ପାଇବା ପରେ ଆଜି ଭାରତ ଓ ଚୀନ୍ ମଧ୍ୟରେ ୧୪ଶ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର