ନୂଆଦିଲ୍ଲୀ: ଚଳିତ ମାସରେ ଭାରତ ଓ ଚୀନ୍ର ନେତାମାନେ ଏକା ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ପାଞ୍ଚଟି ଶିଖର ସମ୍ମିଳନୀରେ ଯୋଗ ଦେବେ।
ନଭେମ୍ବର ୧୦ରେ ‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ (ଏସ୍ସିଓ), ନଭେମ୍ବର ୧୭ରେ ‘ବ୍ରାଜିଲ୍-ରଷିଆ-ଭାରତ-ଚାଇନା-ସାଉଥ୍ ଆଫ୍ରିକା’ (ବ୍ରିକ୍ସ) ଏବଂ ନଭେମ୍ବର ୨୧-୨୨ରେ ‘ଜି୨୦’ ବୈଠକ ଆୟୋଜନ କରାଯାଉଛି। ଏହି ଭର୍ଚ୍ୟୁଆଲ୍ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ର ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଯୋଗ ଦେବେ ବୋଲି ଆଶା କରାଯାଉଛି।
/sambad/media/post_attachments/wp-content/uploads/2020/11/Modi_2-1024x576.jpeg)
ନଭେମ୍ବର ୧୧ରେ ହେବାକୁ ଥିବା ‘ଇଷ୍ଟ୍ ଏସିଆ ସମିଟ୍’ ନଭେମ୍ବର ୩୦ରେ ‘ଏସ୍ସିଓ’ ବୈଠକରେ ମଧ୍ୟ ଭାରତ ଓ ଚୀନ୍ର ନେତାମାନେ ଯୋଗ ଦେଇପାରନ୍ତି।
ରୁଷ୍ ପ୍ରାୟୋଜିତ ‘ଏସ୍ସିଓ’ ଶିଖର ସମ୍ମିଳନୀରେ ପ୍ରଥମ ଥର ଲାଗି ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ୍ର ରାଷ୍ଟ୍ରପତି ଜି’ ଅନ୍ଲାଇନ୍ ବୈଠକରେ ଯୋଗଦେବେ। ଲଦାଖରେ ସୀମା ବିବାଦ ଘଟଣା ପରେ ଏହା ହେବ କୌଣସି ଅନ୍ଲାଇନ୍ ବୈଠକରେ ଉଭୟ ନେତାଙ୍କ ପ୍ରଥମ ଯୋଗଦାନ। କୋଭିଡ୍-୧୯ ମହାମାରୀ ସଂକ୍ରାନ୍ତରେ ଆଲୋଚନା କରିବାକୁ ଚଳିତ ବର୍ଷ ଏପ୍ରିଲ୍ ମାସରେ ଦୁଇ ନେତା ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ।