ଚୀନ ସହ ସଂପର୍କ ସ୍ବାଭାବିକ ହେବ ନାହିଁ, ଯେପର୍ଯ୍ୟନ୍ତ…: ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି। ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେଇ ସେ କହିଛନ୍ତି ଯେ ଭାରତ-ଚୀନ ସମ୍ପର୍କ ସ୍ୱାଭାବିକ ନୁହେଁ। ଏବଂ ସୀମାରେ ଶାନ୍ତି ନ ହେବା ପର୍ଯ୍ୟନ୍ତ ସେମାନେ ସ୍ୱାଭାବିକ ରହିବେ ନାହିଁ । ଗୁରୁବାର ଦିନ ଚୀନ ବୈଦେଶିକ ମନ୍ତ୍ରୀ କିନଗ୍ୟାଙ୍କଙ୍କ ସହ ସାକ୍ଷାତବେଳେ ଜୟଶଙ୍କର ପୂର୍ବ ଲଦାଖ ସୀମା ବିବାଦର ସମାଧାନ ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏସସିଓ ଶିଖର ସମ୍ମିଳନୀ ଅବସରରେ ଗୋଆର ତାଜ୍ ଏକ୍ଜୋଟିକା ରିସୋର୍ଟରେ ଦୁଇ ବୈଦେଶିକ ମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ କରିଥିଲେ। ଏହି ଟୁଇଟ୍ ରେ ସେ ଲେଖିଛନ୍ତି ଯେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସୀମାନ୍ତ ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲା ।

ଦୁଇ ନେତାଙ୍କ ମଧ୍ୟରେ ସୀମା ବିବାଦକୁ କେନ୍ଦ୍ର କରି ହୋଇଥିବା ଆଲୋଚନାରେ ଜୟଶଙ୍କର ଠିକ୍ ସମୟରେ ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ବୈଠକ ସମ୍ପର୍କରେ ଭାରତ କିମ୍ବା ଚୀନ୍ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବରଣୀ ଦିଆଯାଇନାହିଁ। ଗତ ଦୁଇ ମାସ ମଧ୍ୟରେ ଏସ୍ ଜୟଶଙ୍କର ଓ କିନ୍ ଙ୍କ ମଧ୍ୟରେ ଏହା ହେଉଛି ଦ୍ବିତୀୟ ବୈଠକ।

 

 

ସମ୍ବନ୍ଧିତ ଖବର