ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡିମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ମଧ୍ୟରେ ଆଜି ବିତର୍କ ଚାଲିଥିବାବେଳେ ଟ୍ରମ୍ପ୍ ୨ ଥର ଭାରତ ପ୍ରସଙ୍ଗ ଉଠାଇଥିଲେ। ପୂର୍ବରୁ ଭାରତକୁ ପ୍ରଶଂସା କରିଥିବା ଟ୍ରମ୍ପ୍ ଆଜି ତାଙ୍କ ଭାଷଣ ସମୟରେ ଭାରତର କରୋନା ମୁକାବିଲା ନୀତିକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କୋଭିଡ୍ ମହାମାରୀକୁ ଟ୍ରମ୍ପ୍ ସରକାର ଯେଭଳି ମୁକାବିଲା କରିଛନ୍ତି ଏବଂ ଆମେରିକା ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ହେବା ନେଇ ଆଜି ବାଇଡେନ୍ ଟ୍ରମ୍ପ୍ଙ୍କୁ ଘେରିଥିବା ବେଳେ ଟ୍ରମ୍ପ୍ ବାଜି ଓଲଟାଇବାକୁ ଚେଷ୍ଟା କରିଥିଲେ। ସେ ଭାରତ, ଚୀନ୍ ଏବଂ ରୁଷ୍ ବିରୋଧରେ ମନ୍ତବ୍ୟ ରଖିଥିଲେ। ଟ୍ରମ୍ପ୍ କହିଛନ୍ତି, ଭାରତ, ଚୀନ୍ , ରୁଷ୍ରେ କେତେ ଲୋକ କୋଭିଡ୍ରେ ମରିଛନ୍ତି ତାହା ଆମେ ଜାଣିନାହୁଁ। କାରଣ ସେମାନେ ସିଧାସଳଖ ଉତ୍ତର ଦେଉନାହାନ୍ତି କି ବାସ୍ତବ ସଂଖ୍ୟା ମଧ୍ୟ ଦେଉନାହାନ୍ତି। ବାଇଡେନ୍ କହିଥିଲେ ଅନେକ ଲୋକ କରୋନା ଯୋଗୁଁ ନିଜ ଆତ୍ମୀୟଙ୍କୁ ହରାଇଛନ୍ତି। ଏହାର ଉତ୍ତରରେ ଟ୍ରମ୍ପ୍ କହିଥିଲେ ଏହା କେବଳ ଚୀନ୍ ପାଇଁ ଘଟିଛି। କୋଭିଡ୍ ମୁକାବିଲା ଦିଗରେ ଟ୍ରମ୍ପ୍ ସମ୍ପୂର୍ଣ୍ଣ ଦାୟିତ୍ବହୀନ ବୋଲି ବାଇଡେନ୍ କହିଛନ୍ତି। ଟ୍ରମ୍ପ୍ ଉକ୍ତ ମାମଲାରେ ସମ୍ପୂର୍ଣ୍ଣ ବୋକା ବୋଲି ମଧ୍ୟ କହିବାକୁ ବାଇଡେନ୍ ପଛାଇ ନଥିଲେ।
ଭାରତ-ଚୀନ୍-ରୁଷ୍ ସଠିକ୍ କରୋନା ତଥ୍ୟ ଦେଉନାହାନ୍ତି: ଟ୍ରମ୍ପ୍
/sambad/media/post_attachments/wp-content/uploads/2020/07/trump-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)