ପାଙ୍ଗୋଙ୍ଗ ହ୍ରଦ କୂଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ୍‌: ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ବୁଧବାର ଅପରାହ୍ନରେ କହିଛନ୍ତି। ତେବେ, ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁକପାତ୍ର କର୍ଣ୍ଣେଲ ୱୁ କିଆନଙ୍କ ବିବୃତ୍ତି ଉପରେ ଭାରତ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ କିମ୍ବା ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଏ ବିବୃତ୍ତକୁ ଅସ୍ୱୀକାର ମଧ୍ୟ କରି ନାହିଁ।

ଚୀନ୍‌ ପ୍ରତିରକ୍ଷା ମୁଖପାତ୍ର ସିନିୟର କର୍ଣ୍ଣେଲ ୱୁ କିଆନ୍‌ ଏକ ଲିଖିତ ବିବୃତ୍ତିରେ କହିଛନ୍ତି ଯେ ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ ଏବଂ ଉତ୍ତର କୂଳରେ ଥିବା ଚୀନ୍‌ ଏବଂ ଭାରତୀୟ ଫ୍ରଣ୍ଟଲାଇନ ସୈନ୍ୟମାନଙ୍କର ପ୍ରତ୍ୟାହାର ଆରମ୍ଭ ହୋଇଛି।

ଗତ ମାସରେ ମୋଲଡୋ-ଚୁସୁଲ ସୀମାର ଚୀନ୍‌ ପାର୍ଶ୍ୱରେ ଅନୁଷ୍ଠିତ ନବମ ରାଉଣ୍ଡ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ପରେ ହୋଇଥିବା ସହମତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ବୋଲି କର୍ଣ୍ଣେଲ କିଆନ କହିଛନ୍ତି।

ଭାରତ କହିଛି ଯେ ଏହି ଆଲୋଚନା ଏକ ସକରାତ୍ମକ, ବ୍ୟବହାରିକ ଏବଂ ଗଠନମୂଳକ ଭାବରେ ସମାପ୍ତ ହୋଇଥିଲା ଏବଂ ଉଭୟ ପକ୍ଷ ଶୀଘ୍ର ଅସନ୍ତୋଷ ଶେଷ ପାଇଁ ସହମତ ହୋଇଥିଲେ। ଏହି ନବମ ରାଉଣ୍ଡ ଆଲୋଚନା ୧୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକ୍ଟୁଆଲ୍‌ କଣ୍ଟ୍ରୋଲ୍‌ (ଏଲଏସି)ରେ ଥିବା ଉତ୍ତେଜନାକୁ କୁ ଦୂର କରିବା ପାଇଁ ସମାଧାନ ଖୋଜିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା।

ସମ୍ବନ୍ଧିତ ଖବର