ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଆସନ୍ତା କାଲି ଭାରତ-ଚୀନ ସେନା ସ୍ତରୀୟ ଆଲୋଚନା 

ନୂଆଦିଲ୍ଲୀ :  ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଭାରତ ଓ ଚୀନ ମଧ୍ୟରେ ଆସନ୍ତା କାଲି ୧୨ତମ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏଲଏସିର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ହେବ ।

ଭାରତୀୟ ସେନା ସୁତ୍ରରୁ ଜଣାପଡ଼ିଛି ଯେ ଏହି ଆଲୋଚନା ଆସନ୍ତା କାଲି ସକାଳ ସାଢେ ୧୦ଟାରୁ ଆରମ୍ଭ ହେବ । ଗୋଗ୍ରା ଶିଖର  ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଏହି ଆଲୋଚନା ହେବ ।

ଦୁଇଦିନ ତଳେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ କହିଥିଲେ ଯେ ଗଲଓ୍ବାନ ଘାଟି ଓ ପେଙ୍ଗୟାଙ୍ଗ ହ୍ରଦ ନିକଟରୁ ଦୁଇଦେଶର ସେନା ପ୍ରତ୍ୟାହୃତ ହୋଇଛନ୍ତି । ସ୍ଥିତିକୁ ଆହୁରି ଉତ୍ତେଜନା ମୁକ୍ତ କରିବାକୁ ଓ ଆଗକୁ କୌଣସି ପ୍ରକାରର ଭୁଲ ବୁଝାମଣା ଦୂର ପାଇଁ ଆମକୁ ନିୟମିତଭାବେ ଆଲୋଚନା ଜାରି ରଖିବାକୁ ହେବ ।

ମାତ୍ର ଗତକାଲି ଭାରତ ସରକାର ଚୀନର ଏହି ଦାବିଠାରୁ ନିଜକୁ ଦୂରେଇ ରଖିଥିଲେ । ଏଲଏସିରେ ଉତ୍ତେଜନା ହ୍ରାସ ପ୍ରସଙ୍ଗରେ ଭାରତ ପୂର୍ବରୁ ନିଜର ସ୍ଥିତି ସ୍ପଷ୍ଟ କରିସାରିଛି । ଏ ପ୍ରସଙ୍ଗରେ କୌଣସି ନୂଆ ସୂଚନା ନାହିଁ ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ।

ସମ୍ବନ୍ଧିତ ଖବର