ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚାଲିଥିବା ବିବାଦର ସମାଧାନ ନିମନ୍ତେ ‘ୱାର୍କିଙ୍ଗ୍ ମେକାନିଜିମ୍ ଫର୍ କନ୍‌ସଲ୍‌ଟେସନ୍ ଆଣ୍ଡ୍ କୋଅର୍ଡିନେସନ୍’ରେ (ଡବ୍ଲୁଏମ୍‌ସିସି) ସାପ୍ତାହିକ ଆଲୋଚନା ବୈଠକ ପାଇଁ ଭାରତ ଓ ଚୀନ୍ ରାଜି ହୋଇଛନ୍ତି।

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ନେତୃତ୍ବରେ ଗତ ସପ୍ତାହରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ହୋଇଥିବା ବୈଠକ ଭଳି ‘ଡବ୍ଲୁଏମ୍‌ସିସି’ ବୈଠକରେ ଆଲୋଚନା କରିବାକୁ ଦୁଇ ପକ୍ଷ ରାଜି ହୋଇଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଚୀନ୍ ସହ ଆଲୋଚନା ସୀମାନ୍ତରୁ ଆହୁରି ସୈନ୍ୟ ଅପସାରଣ ଏବଂ ଉତ୍ତେଜନା ହ୍ରାସ ପାଇଁ ସହାୟକ ହେବ ବୋଲି ଭାରତ ଆଶା କରୁଛି।

publive-image Image Courtesy of Al Jajeera

ଏହାଛଡ଼ା ଆଲୋଚନା ସମୟରେ ଚୀନ୍ ୧୯୫୯ ଏବଂ ୧୯୬୦ ମସିହାର ମାନଚିତ୍ର ଧରି ଆସିଥିଲା। ସେହି ମାନଚିତ୍ର ଆଧାରରେ ଦୁଇ ଦେଶ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା ଟଣାଯାଉ ବୋଲି ଚୀନ୍ ପ୍ରସ୍ତାବ ଦେଇଛି। ସେମାନେ ଆହୁରି କହିଥିଲେ କି, ଅନ୍ୟ ଚାରିଟି ଦେଶ ସହ ଥିବା ସୀମା ବିବାଦକୁ ଚୀନ୍ ସମାଧାନ କରି ପାରିଛି, କିନ୍ତୁ ଭାରତ ସୀମାନ୍ତ ବାବଦରେ ତାହା କରିବା ସମ୍ଭବ ହେଉନାହିଁ। ଏଥିପାଇଁ ସେମାନେ ଭାରତକୁ ଦାୟୀ କରିଥିଲେ। କିନ୍ତୁ, ଭାରତ ଏହି ପ୍ରସ୍ତାବକୁ ଓ ଅଭିଯୋଗକୁ ଅସ୍ବୀକାର କରିଛି।