ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଓ ପୁଞ୍ଜିନିବେଶ ବଢାଇବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ କଲେ ଭାରତ-ଚୀନ

ଚେନ୍ନାଇ : ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଓ ପୁଞ୍ଜିନିବେଶ ପାଇଁ ଭାରତ ଓ ଚୀନ ଏକ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ ପାଇଁ ରାଜି ହୋଇଛନ୍ତି । ତାମିଲନାଡୁର ମାଲ୍ଲାପୁରମଠାରେ ଅନୁଷ୍ଠିତ ନରେନ୍ଦ୍ର ମୋଦୀ-ସି ଜିନ ପିଂ ଅଣ-ଔପଚାରିକ ଶିଖର ସମ୍ମିଳନୀର ଶେଷ ଦିନରେ ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିଜୟ ଗୋଖଲେ ।

ଏହି କମିଟିରେ ଭାରତର ଅର୍ଥମନ୍ତ୍ରୀ ଓ ଚୀନର ଉପରାଷ୍ଟ୍ରପତି ସଦସ୍ୟ ରହିବେ । ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ କାରବାର ଚୀନ ପକ୍ଷରେ ଅଧିକ ଢଳି ରହିଛି । ଚୀନ ଓ ଭାରତ ମଧ୍ୟରେ ବାଣିଜ୍ୟିକ ନିଅଣ୍ଟ ବର୍ଷିକ ୫୫ ବିଲିୟନ ଡଲାରରେ ପହଞ୍ଚିଲାଣି । ଅର୍ଥାତ ଚୀନରୁ ଭାରତ ଯେତିକି ସାମଗ୍ରୀ ଆମଦାନୀ କରୁଛି ତାହାର ମାତ୍ର କିଛି ଅଂଶ ଭାରତ ଚୀନକୁ ରପ୍ତାନୀ କରୁଛି । ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ଏହି ବାଣିଜ୍ୟ ନିଅଣ୍ଟକୁ କିପରି କମାଯାଇପାରିବ ସେ ଦିଗରେ ଏହି କମିଟି କାର୍ଯ୍ୟ କରିବ । ଏହା ଛଡା ଭାରତର ଶିଳ୍ପସଂସ୍ଥାମାନଙ୍କୁ ଚୀନ ବଜାରରେ ଅଧିକ ସୁଯୋଗ ଦେବାକୁ ଏହି କମିଟି କାର୍ଯ୍ୟ କରିବ ।

ସମ୍ବନ୍ଧିତ ଖବର