ଆମେରିକା ଦ୍ୱାରା ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମର ଉଚ୍ଚ ମୂଲ୍ୟକୁ ନେଇ ଭାରତ ଚିନ୍ତାରେ

ନୂଆଦିଲ୍ଲୀ : ଭାରତକୁ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ଲାଗି ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଆବଶ୍ୟକତାଠାରୁ ଅଧିକ ମହଙ୍ଗା ବୋଲି ଭାରତ ବିଚାର କରୁଛି । ଏପରି ହେଲେ ଅନ୍ୟ ବିକଳ୍ପ ଦେଖିବାକୁ ଭାରତ ଚିନ୍ତା କରୁଛି ବୋଲି ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ନୂଆଦିଲ୍ଲୀକୁ ସୁରକ୍ଷା ଦେବା ପାଇଁ ଭାରତ ଏକ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରିବାକୁ ବିଚାର କରୁଛନ୍ତି । ଯେପରିକି ଆମେରିକାରେ ହୋଇଥିବା ୯-୧୧ ଆକ୍ରମଣ ପରି ଘଟଣାକୁ ରୋକିହେବ । ଆମେରିକାର ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ମହଙ୍ଗା ପଡ଼ିଲେ ଭାରତ ଋଷ କିମ୍ବା ଇସ୍ରାଏଲ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ।
ଗତ ମଙ୍ଗଳବାରଦିନ ଆମେରିକା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଭାରତକୁ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ । ଏହାର ମୂଲ୍ୟ ୧.୮ ବିଲିୟନ ଡଲାର ବା ୧୮୬ କୋଟି ଡଲାର ହେବ । ଆମେରିକାର ପ୍ରତିରକ୍ଷା ନିରାପତ୍ତା ସହଯୋଗ ସଂସ୍ଥା ଏହି ନିଷ୍ପତ୍ତି ସଂପର୍କରେ ଆମେରିକା କଂଗ୍ରେସକୁ ଜଣାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗାମୀ ଭାରତଗସ୍ତ ପୂର୍ବରୁ ଆମେରିକା ଭାରତକୁ ଏହି ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପାଇଁ ପ୍ରସ୍ତାବ ଦେଇଛି ।

ସମ୍ବନ୍ଧିତ ଖବର