ଆମେରିକା ସାଂସଦଙ୍କ ପିଓକେ ଗସ୍ତକୁ ଭାରତର ନିନ୍ଦା

ଆମେରିକାର ପ୍ରତିକ୍ରିୟା: ଏହା ବେସରକାରୀ ଗସ୍ତ

ୱାସିଂଟନ୍‌: ଆମେରିକାର ଜଣେ ବିବାଦୀୟ ମୁସ୍‌ଲିମ ସାଂସଦ ଇଲହାନ୍‌ ଓମାରଙ୍କ ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଗସ୍ତକୁ ଭାରତ କଡ଼ା ନିନ୍ଦା କରିଛି। ଆମେରିକା ସାଂସଦଙ୍କ ପିଓକେ ଗସ୍ତକୁ ଭାରତ ଅତି ସଂକୀର୍ଣ୍ଣ ରାଜନୀତି ବୋଲି କହିଛି। ଭାରତ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିବାପରେ ଆମେରିକା ଉକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ହ୍ବାଇଟ୍‌ ହାଉସ୍‌ କହିଛି, ଓମାର୍‌ଙ୍କ ପିଓକେ ଗସ୍ତ ସରକାରୀ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ବେସରକାରୀ ଏବଂ ବ୍ୟକ୍ତିଗତ ଗସ୍ତ। ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ କାଉନସେଲର ଡେରେକ୍‌ ଚୋଲ୍ଲେଟ କହିଛନ୍ତି, ଏହି ଗସ୍ତ ସହ ଆମେରିକା ପ୍ରଶାସନର କୌଣସି ସଂପର୍କ ନାହିଁ। ଆମେରିକା ସରକାରଙ୍କ ନୀତିକୁ ନେଇ ଏହି ଗସ୍ତର କୌଣସି ସଂପର୍କ ନାହିଁ। ଉଲ୍ଲେଖଯୋଗ୍ୟ, ଓମାର ନିକଟରେ ପାକିସ୍ତାନ ଗସ୍ତରେ ଥିବାବେଳେ ସେ ପିଓକେ ଗସ୍ତ କରିଥିଲେ। ପିଓକେ ଗସ୍ତ କରିବା ପରେ ଓମାର କହିଥିଲେ କାଶ୍ମୀର ଆମେରିକାଠାରୁ ଅଧିକ ଧ୍ୟାନ ପାଇବା ଉଚିତ।

ସମ୍ବନ୍ଧିତ ଖବର