ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ କରୋନା ସଂକ୍ରମଣ ତଥା ଏହାର ବିପଦ କ୍ଷେତ୍ରରେ ସବୁ ଦୃଷ୍ଟିରୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି। ତଥ୍ୟ ଅନୁଯାୟୀ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ମାତ୍ର ଜଣଙ୍କଠାରେ କୋଭିଡ-୧୯ ରହିଥିବା ଦେଖାଯାଇଛି। ଯାହାକି ସର୍ବାଧିକ ପ୍ରଭାବିତ ସ୍ପେନ୍ ତୁଳନାରେ ସର୍ବନିମ୍ନ ଅଟେ। ସେହି ଦେଶରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୩୮୮୪ ଜଣ ସଂକ୍ରମିତ। କୋଭିଡ୍-୧୯ ସାରା ୟୁରୋପକୁ ଛାରଖାର କରି ଦେଇଛି। ଇଟାଲୀ ଓ ଫ୍ରାନ୍ସରେ ଏହି ସଂକ୍ରମଣ ହାର ହେଉଛି ଯଥାକ୍ରମେ ୨୭୩୨ ଓ ୨୨୬୫। ଏପରିକି ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ହାର ୧୯୪୬ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଦେଇଛି। ସେହିପରି ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ପ୍ରତି ୧୦ଲକ୍ଷରେ ୦.୩ ହୋଇଥିବା ବେଳେ ସ୍ପେନ୍ରେ ୪୦୨, ଇଟାଲୀରେ ୩୫୮, ଫ୍ରାନ୍ସରେ ୨୬୩ ରହିଛି। କୋଭିଡ୍-୧୯ ମାମଲାଗୁଡ଼ିକ ବଢୁଥିବାରୁ କେନ୍ଦ୍ର ସରକାର ଏହି ରୋଗ ପରୀକ୍ଷା ତ୍ୱରାନ୍ୱିତ କରିଛନ୍ତି। ଭାରତ ୨,୧୭,୫୫୨ ଲେକଙ୍କର ପରୀକ୍ଷା କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦୦ ଟପିଯାଇଛି। ଯେତେବେଳେ କି କାନାଡା ୨,୯୫,୦୬୫ ଲୋକଙ୍କ ପରୀକ୍ଷା କରି ସେହି ବର୍ଗରେ ଅଛି। ଭାରତରେ ଜୀବନଯାତ୍ରା ଉପରେ କଡ଼ା କଟକଣା ଥିବାରୁ ସଂକ୍ରମଣର ବେଗ ଅତ୍ୟନ୍ତ କମ୍ ଅଛି। ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଓ ଅନ୍ୟ ରାଷ୍ଟ୍ରରେ ସଂକ୍ରମଣ ଦିଗୁଣା ହୋଇଗଲା। ପ୍ରଥମେ ୭୫ରୁ ୧୫୦୦ ଏବଂ ତାହାପରେ ୨ରୁ ୩ ଦିନରେ୧୫୦୦ରୁ ୩୦୦୦ ହୋଇଗଲା। କିନ୍ତୁ ଭାରତରେ ସଂକ୍ରମଣ ପାଇଁ ଅତି କମ୍ରେ ୪ ଦିନ ଲାଗୁଛି। ସେହିଭଳି ସଂକ୍ରମିତଙ୍କ ସଂଖ୍ୟା ୬୦୦୦ରୁ ୧୨୦୦୦ ହେବା ପାଇଁ ୬ ଦିନ ସମୟ ଲାଗିଛି। କିନ୍ତୁ ଅନ୍ୟ ଦେଶରେ ଏହି ହାର ୪ ଦିନରେ ବଢିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ସରକାରୀ ତଥ୍ୟ କହୁଛି ଭାରତ ଭଲରେ ଅଛି
/sambad/media/post_attachments/wp-content/uploads/2020/04/corona.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)