ଭୁବନେଶ୍ବର: ଲଘୁ ଉଦ୍ୟୋଗ ଭାରତୀ ଓଡିଶା ତରଫରୁ ରାଜ୍ୟ ସ୍ତରୀୟ ସ୍ବାବଲମ୍ବୀ ଭାରତ ସମ୍ମିଳନୀ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ଆର୍ଥିକ ଓ ବଜାର ସମର୍ଥନ ଯୋଗାଇଦେବା ପାଇଁ ବିଭିନ୍ନ ଆଲୋଚନା କରଯାଇଥିଲା। ଏଥିରେ ଯୁବ ଉଦ୍ୟୋଗୀମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଏହି କାର୍ଯକ୍ରମରେ ଲଘୁ ଉଦ୍ୟୋଗ ଭାରତୀର ଜାତୀୟ ସଭାପତି ଓମ ପ୍ରକାଶ ମିତ୍ତଲ, ବଳଦେବ ଭାଇ ପ୍ରଜାପତି, କେନ୍ଦ୍ରର ଶିଳ୍ପ ନିର୍ଦେଶକ ପବନ କୁମାର ଗୁପ୍ତା ଯୋଗ ଦେଇଥିଲେ। ଲଘୁ ଉଦ୍ୟୋଗ ଭାରତୀ ଓଡିଶାର ସଭାପତି ତପନ କୁମାର ସ୍ବାଇଁ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ସରୋଜ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
ଲଘୁ ଉଦ୍ୟୋଗ ଭାରତୀର ସ୍ବାବଲମ୍ବୀ ଭାରତ ସମ୍ମିଳନୀ
/sambad/media/post_attachments/wp-content/uploads/2022/06/fdhdghdfhdgh3216547987654.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)