ଜାତିସଂଘ ରିଲିଫ୍ ଓ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଲାଗି କାମ କରୁଥିବା ୱାର୍କ ‌ଏଜେନ୍‌ସିକୁ ୧ ନିୟୁତ ଡଲାର୍ ପ୍ରଦାନ କଲା ଭାରତ

ରାମଲ୍ଲା: ଜାତିସଂଘ ରିଲିଫ୍ ଓ ନିୟର୍‌ ଇଷ୍ଟ୍‌ରେ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଲାଗି କାମ କରୁଥିବା ୱାର୍କ ‌ଏଜେନ୍‌ସିକୁ ବୁଧବାର ଦିନ ଭାରତ ୧ ନିୟୁତ ଆମେରିକୀୟ ଡଲାର୍‌ ପ୍ରଦାନ କରିଛି।

ଶିକ୍ଷା, ସ୍ବାସ୍ଥ୍ୟ ସେବା, ରିଲିଫ୍‌ ଏବଂ ସାମାଜିକ ସେବା ସମେତ ଏଜେନ୍‌ସିର କାର୍ଯ୍ୟକ୍ରମ ଓ ସେବାରେ ଏହି ଅନୁଦାନ ସହାୟକ ହେବ। ପାଲେଷ୍ଟାଇନ୍‌ସ୍ଥିତ ଭାରତର ପ୍ରତିନିଧି କାର୍ଯ୍ୟାଳୟ କହିଛି, ଶିକ୍ଷା, ସ୍ବାସ୍ଥ୍ୟ ସେବା, ରିଲିଫ୍‌ ଏବଂ ସାମାଜିକ ସେବା ସମେତ ଏଜେନ୍‌ସିର କାର୍ଯ୍ୟକ୍ରମ ଓ ସେବାରେ ସହଯୋଗ ସ୍ବରୂପ ଜାତିସଂଘ ରିଲିଫ୍ ଓ ନିୟର୍‌ ଇଷ୍ଟ୍‌ରେ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଲାଗି କାମ କରୁଥିବା ୱାର୍କ ‌ଏଜେନ୍‌ସିକୁ ଭାରତ ସରକାର ୧ ନିୟୁତ ଡଲାର ପ୍ରଦାନ କରିଛନ୍ତି।

ପାଲେଷ୍ଟାଇନୀୟଙ୍କ ନିମନ୍ତେ ଏହି ସହାୟତା ହେଉଛି ଭାରତର ବୈଦେଶିକ ନୀତିର ଅବିଚ୍ଛେଦ୍ୟ ଅଂଶ। ପାଲେଷ୍ଟାଇନୀୟଙ୍କ ଲାଗି ସମର୍ଥନ ସଂଗ୍ରହ କରିବାକୁ ଭାରତ କେତକ ବହୁପାକ୍ଷିକ ଫୋରମ୍‌ରେ ସର୍ବଦା ସକ୍ରିୟ ଭୂମିକା ଗ୍ରହଣ କରିଥିବା କଥା ରାମଲ୍ଲାସ୍ଥିତ ଭାରତୀୟ ପ୍ରତିନିଧି କାର୍ଯ୍ୟାଳୟ କହିଛି।

ସମ୍ବନ୍ଧିତ ଖବର