ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୬,୬୨୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୩୧,୨୨୩ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୬୨୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୪୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୫.୮% ଅଧିକ ରହିଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୪୫, ୪୭୭ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୩୧,୨୨୩ରେ ପହଞ୍ଚିଛି।
Image Courtesy of Hindustan Times୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୨୯,୯୬୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୫, ୮୦, ୪୦୨। ଏହାଛଡ଼ା, ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୦୫,୩୪୪।
‘ଆଇସିଏମ୍ଆର୍’ କହିଛି ଯେ, ଡିସେମ୍ବର ୧୯ ତାରିଖ ସୁଦ୍ଧା ୧୬,୧୧,୯୮,୧୯୫ ନମୁନା ପରୀକ୍ଷା କରାଯାଇଛି। ଡିସେମ୍ବର ୧୯ ତାରିଖ ଦିନ ୧୧, ୦୭, ୬୮୧ ନମୁନା ପରୀକ୍ଷା କରାଯାଇଛି।
ଶନିବାର ଦିନ କୋଭିଡ୍-୧୯ ସଂକ୍ରମଣ ମାମଲା ୧କୋଟି ଟପିବାରେ ଭାରତ ଥିଲା ବିଶ୍ୱର ଦ୍ୱିତୀୟ ଦେଶ। ବିଶ୍ୱର ସଂକ୍ରମିତ ଦେଶମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/cvi-14.jpg)