ଖୁବ୍ ଶୀଘ୍ର ଦେଶରେ ନାକରେ ଦିଆଯାଉଥିବା ଟିକାର ପରୀକ୍ଷଣ ଆରମ୍ଭ କରିବ ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ସରକାର ଏବେ ଦୁଇଟି କରୋନା ଟିକାର ବ୍ୟବହାରକୁ ଅନୁମତି ଦେଇଥିବା ବେଳେ ଏବେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। କୋଭାକ୍ସିନ ପରେ ଖୁବ ଶୀଘ୍ର ଭାରତ ବାୟୋଟେକ ନାକରେ ଦିଆଯାଉଥିବା କରୋନା ଟିକା(ନାଜାଲ ଭାକ୍ସିନ୍)ର ପରୀକ୍ଷା ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ଟିକାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନାଗପୁରରେ କରାଯିବ।

ଭାରତ ବାୟୋଟେକର ଡକ୍ଟର କୃିଷ୍ଣା ଇଲ୍ଲାଙ୍କ ଅନୁଯାୟୀ, ନାଜାଲ ଭାକ୍ସିନ୍ ପ୍ରସ୍ତୁତି ପାଇଁ ତାଙ୍କ କମ୍ପାନି ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସହିତ ହାତ ମିଳାଇଛି। ଲୋକଙ୍କୁ ଏହି ନାକରେ ଦିଆଯାଉଥିବା ଟିକାର ଦୁଇଟି ବଦଳରେ କେବଳ ଗୋଟିଏ ଡୋଜ ଦିଆଯିବ | ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ଇଞ୍ଜେକ୍ସନ ଜରିଆରେ ଦିଆଯାଉଥିବା ଟିକାର ଏକ ବହୁତ ଭଲ ବିକଳ୍ପ। ଡକ୍ଟର ଚନ୍ଦ୍ରଶେଖରଙ୍କ ଅନୁଯାୟୀ, ନାଜାଲ ଭାକ୍ସିନର ପରୀକ୍ଷା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ। ଇଞ୍ଜେକ୍ସନରେ ଦିଆଯିବାକୁଥିବା ଟିକା ଅପେକ୍ଷା ଏହି ଟିକା ବେଶୀ ପ୍ରଭାବଶାଳୀ ବୋଲି ଆମ ପାଖରେ ଆବଶ୍ୟକୀୟ ପ୍ରମାଣ ରହିଛି | ଏହି ପରୀକ୍ଷା ପାଇଁ ଖୁବ ଶୀଘ୍ର ଭାରତ ବାୟୋଟେକ୍ ଡିସିଜିଆଇକୁ ପ୍ରସ୍ତାବ ଦେବ।

भारत को जल्द मिल सकती है एक और वैक्सीन (फाइल)
aajtak

ସୂଚନାନୁସାରେ, ଭୁବନେଶ୍ୱର-ପୁଣେ-ନାଗପୁର-ହାଇଦ୍ରାବାଦରେ ଏହି ଟିକା ପରୀକ୍ଷା କରାଯିବ। ଯେଉଁଠାରେ ୧୮ରୁ ୬୫ବର୍ଷ ମଧ୍ୟରେ ୪୦-୪୫ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯିବ। ଭାରତ ବାୟୋଟେକ୍ ଦୁଇଟି ଇଣ୍ଟ୍ରା-ନାଜାଲ ଟିକା ଉପରେ କାମ କରୁଛି। ଉଭୟ ଟିକା ଆମେରିକାର ଅଟେ।

ସମ୍ବନ୍ଧିତ ଖବର