ସ୍ଥିତି ଖରାପ ରହିଲେ ମାର୍ଚ ୨୦୨୧ ସୁଦ୍ଧା ଭାରତରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଟପିବ: ‘ଆଇଆଇଏସ୍‌ସି’ ଅଧ୍ୟୟନ

ନୂଆଦିଲ୍ଲୀ: ସ୍ଥିତି ଭଲ ଆଡ଼କୁ ଗତି କଲେ ମାର୍ଚ ୨୦୨୧ ଶେଷ ସୁଦ୍ଧା ଭାରତରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅନ୍ୟୂନ ୩୭. ୪ ଲକ୍ଷରେ ରହିବ, କିନ୍ତୁ ସ୍ଥିତି ମନ୍ଦ ହେଲେ ଏହି ସମୟ ମଧ୍ୟରେ ସଂକ୍ରମଣ ସଂଖ୍ୟା ୬. ୧୮ କୋଟି ହୋଇପାରେ ବୋଲି ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସ୍’ (ଆଇଆଇଏସ୍‌ସି) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି।

ମାର୍ଚ ୨୩ ରୁ ଜୁନ୍ ୧୮ ତାରିଖ ମଧ୍ୟରେ ଦେଶରେ ଚାଲିଥିବା କୋଭିଡ୍-୧୯ ଧାରାକୁ ଆଧାର କରି ‘ଆଇଆଇଏସ୍‌ସି’ ଏହି ଗାଣିତିକ ମଡେଲ୍ ପ୍ରସ୍ତୁତ କରିଛି। କିନ୍ତୁ ଦେଶର ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତିକୁ ଚାହିଁ ହିସାବ କଲେ ଏହି ଆକଳନ ଭିନ୍ନ ହୋଇପାରେ।

Image Courtesy of Zee News

‘ଆଇଆଇଏସ୍‌ସି’ ପ୍ରସ୍ତୁତ କରିଥିବା ‘ଓର୍ସ ସିନେରିଓ ପ୍ରୋଜେକ୍‌ସନ୍’ ଅନୁସାରେ, ୨୦୨୧ ସୁଦ୍ଧା ଭାରତରେ କୋଭିଡ୍-୧୯ ସଂକ୍ରମଣ ଶୀର୍ଷସ୍ତରକୁ ଯାଇ ପାରିବ ନାହିଁ। ‘ବେଟର୍ ସିନେରିଓ ପ୍ରୋଜେକ୍‌ସନ୍’ ଅନୁସାରେ, ସେପ୍ଟେମ୍ବର  କିଂବା ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ଦେଶରେ କୋଭିଡ୍-୧୯ ଶୀର୍ଷ ଛୁଇଁପାରେ।

ସପ୍ତାହକୁ ଦିନେ କିଂବା ଦୁଇ ଦିନ ଲକ୍‌ଡାଉନ୍‌ ବ୍ୟବସ୍ଥା ଉପରେ ଏହି ମଡେଲ୍ ଅଧ୍ୟୟନ ଖୁବ୍ ଗୁରୁତ୍ବ ଦେଇଛି। ଏହାଦ୍ବାରା ନୂତନ ସଂକ୍ରମଣ ହାର ହ୍ରାସ ପାଉଛି। ଏହାଛଡ଼ା ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ସ୍ଥିର ରହୁଥିବା ଏବଂ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଓ ଉଚିତ ସମୟରେ କ୍ବାରେଣ୍ଟିନ୍ ବ୍ୟବସ୍ଥା ଉପରେ ମଧ୍ୟ ଏହି ମଡେଲ୍ ସନ୍ତୋଷ ବ୍ୟକ୍ତ କରିଛି।

 

ସମ୍ବନ୍ଧିତ ଖବର