ଚୀନ୍‌କୁ ଟପିଲା ଭାରତ: ଭାରତରେ ୮୪,୭୧୨ ଆକ୍ରାନ୍ତ, ଆରୋଗ୍ୟ ହାର ୩୪.୦୬%କୁ ବୃଦ୍ଧି

୨୪ ଘଣ୍ଟାରେ ୩,୯୬୭ ନୂଆ ମାମଲା, ୧୦୦ ମୃତ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଓ ବ୍ୟାପକ କଟକଣା ଭିତରେ ବି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଚୀନ୍‌ର ଆକ୍ରାନ୍ତ ସଂଖ୍ୟା ଠାରୁ ବଢ଼ିଯାଇଛି। ଆଜି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୭୧୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୩୩ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୬୭ ନୂଆ‌ ମାମଲା ଚିହ୍ନଟ ହୋଇଛି ଏବଂ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ସକ୍ରିୟ ମାମଲା ୫୧ ହଜାରରୁ ଅଧିକ ରହିଛି ଏବଂ ପ୍ରାୟ ୨୮ ହଜାର ଆରୋଗ୍ୟ ହୋଇଛନ୍ତି। ଏଯାବତ୍‌ ଦେଶରେ ୩୪.୦୬ ପ୍ରତିଶତ ‌ରୋଗୀ ସୁସ୍ଥ ହୋଇଛନ୍ତି। ଗୁରୁବାର ହୋଇଥିବା ୧୦୦ ମୃତ୍ୟୁରୁ ମହାରାଷ୍ଟ୍ରରେ ୪୪, ଗୁଜରାଟରେ ୨୦, ଦିଲ୍ଲୀରେ ୯, ପଶ୍ଚିମବଙ୍ଗରେ ୮, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ୫, ରାଜସ୍ଥାନରେ ୪, ତାମିଲନାଡ଼ୁ ଏବଂ କର୍ଣ୍ଣାଟକରେ ୨ ଜଣ ଓ ଆନ୍ଧ୍ରପ୍ରଦେଶରେ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍‌ ୨,୬୪୯ ମୃତ୍ୟୁରୁ ମହାରାଷ୍ଟ୍ରରେ କେବଳ ୧,୦୧୯, ଗୁଜରାଟରେ ୫୮୬, ମଧ୍ୟପ୍ରଦେଶରେ ୨୩୭, ପଶ୍ଚିମବଙ୍ଗରେ ୨୧୫, ରାଜସ୍ଥାନରେ ୧୨୫, ଦିଲ୍ଲୀରେ ୧୧୫, ଉତ୍ତରପ୍ରଦେଶରେ ୮୮, ତାମିଲନାଡ଼ୁରେ ୬୬ ଏବଂ ଆନ୍ଧ୍ରପ୍ରଦେଶ‌ରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି।

Hindustan Times

ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୭ ହଜାର ୫୨୪ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ହଜାର ଟପିଛି। ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ ଲୋକ କ‌ରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ପରେ ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା‌ ୯,୬୭୪, ଗୁଜରାଟରେ ୯,୫୯୧, ଦିଲ୍ଲୀରେ ୮,୪୭୦, ରାଜସ୍ଥାନରେ ୪,୫୩୪, ମଧ୍ୟପ୍ରଦେଶରେ ୪,୪୨୬ ଏବଂ ଉତ୍ତରପ୍ରଦେଶରେ ୩,୯୦୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ ସେନା ମୁଖ୍ୟାଳୟରେ ଜଣେ ଯବାନ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ମୁଖ୍ୟାଳୟର ଅନେକ ବିଭାଗକୁ ସିଲ୍‌ କରି ଦିଆଯାଇଛି।

ସମ୍ବନ୍ଧିତ ଖବର