ନିର୍ବାଚନ ପରେ ଇରାନଠାରୁ ତେଲ କିଣାଯିବା ନେଇ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ନିର୍ବାଚନ ପରେ ହିଁ କହିହେବ ଭାରତ ଇରାନଠାରୁ ତେଲ କିଣିବ ନା ନାହିଁ;  କିଛି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ।

ଭାରତ ଗସ୍ତରେ ଆସିଥିବାବେଳେ ଏ ନେଇ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିଥିଲେ | ଦୁଇ ନେତାଙ୍କ ମଧ୍ୟରେ ବୈଠକ ପରେ ଜାଭେଦ କହିଛନ୍ତି ଯେ ଅଶୋଧିତ ତୈଳ କିଣାଯିବା ନେଇ ନିଷ୍ପତ୍ତି ଲୋକସଭା ନିର୍ବାଚନ ଫଳାଫଳ ପରେ ନିଆଯିବ | ସେ କହିଛନ୍ତି ଭାରତର ବ୍ୟବସାୟିକ ଆବଶ୍ୟକତା,ଶକ୍ତି ସୁରକ୍ଷା ଓ ଆର୍ଥିକ ଫାଇଦାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ | କାରଣ କିଛିଦିନ ପୂର୍ବେ ଇରାନ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିଲା| ଆଉ ଇରାନରୁ ତେଲ ନ କିଣିବା ପାଇଁ ଭାରତ ସମେତ ୮ଟି ଦେଶକୁ କହିଥିଲା | ଆମେରିକା ପକ୍ଷରୁ କୁହାଯାଇଥିଲା ଇରାନରୁ ତେଲ କିଣିଲେ ଇରାନ ଭଳି ଆର୍ଥିକ ପ୍ରତିବନ୍ଧକ ସହିବାକୁ ପଡିବ |

ସୂଚନାଥାଉ କି ଭାରତକୁ ତୈଳ ଦେବାରେ ଇରାନ ହେଉଛି ତୃତୀୟ ବଡ ଦେଶ | ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ପ୍ରସଙ୍ଗକୁ ନେଇ ଓ ଦ୍ୱିପାକ୍ଷିକ ସହଯୋଗ ବାବଦରେ  ଆଲୋଚନା କରିବାକୁ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ  ଭାରତ ଆସିଛନ୍ତି | ଭାରତ ପୂର୍ବରୁ ରୁଷ୍,ଚୀନ୍,ତୁର୍କମେନିସ୍ତାନ ଓ ଇରାକ ସହ ବି ସେ ଏ ବାବଦରେ ଆଲୋଚନା କରିଛନ୍ତି |

ଏଠାରେ ସୂଚନାଥାଉ କି ଅଶୋଧିତ ତୈଳ ଆମଦାନି କରିବାରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ ଦେଶ | ଭାରତ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତେଲ ଆମଦାନି କରେ | ଆଉ ଇରାନଠାରୁ ନିଜ ଆବଶ୍ୟକତାର ୧୦ ପ୍ରତିଶତ ତୈଳ ଆସିଥାଏ | ଆମେରିକା ଭାରତ ଓ ଅନ୍ୟ ଦେଶମାନଙ୍କୁ କହିଛି ଯେ ଆର୍ଥିକ ପ୍ରତିବନ୍ଧକରୁ ବଞ୍ଚିବା ପାଇଁ ନଭେମ୍ବର ୪ ତାରିଖ ଯାଏଁ ତୈଳ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେବ |

ସମ୍ବନ୍ଧିତ ଖବର