ଜାତିସଂଘ: ନିକଟ ଅତୀତରେ କାରିବିୟାନ୍ରେ ତୋଫାନ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଦେଶସମୂହ ନିମନ୍ତେ ଭାରତ ମଙ୍ଗଳବାର ଦିନ ୨ ଲକ୍ଷ ଆମେରିକୀୟ ଡଲାର୍ ଜରୁରୀକାଳୀନ ସହାୟତା ଘୋଷଣା କରିଛି।
ଆମେ ଆପଣମାନଙ୍କର ଯନ୍ତ୍ରଣା ଅନୁଭବ କରିପାରୁଛୁ। ଏ ଭଳି ଦୁଃସମୟରେ ଆମେ ଆପଣମାନଙ୍କ ପାଖରେ ଠିଆ ହେଉଛୁ। ଆମେ ଜାଣୁ ଆପଣଙ୍କ ଲୋକେ ସହନଶୀଳ। ଭଗ୍ନ ଦୁନିଆକୁ ପୁନର୍ଗଠନ କରିବା ଉଦ୍ୟମରେ ଆମେ ଆପଣଙ୍କୁ ସହାୟତା କରିବା ନିମେନ୍ତ ପ୍ରସ୍ତୁତ। ସମସ୍ତ ପ୍ରଭାବିତଙ୍କ ପାଖକୁ ଆମ ସହାୟତା ଉଦ୍ୟମ ପହଞ୍ଚୁଛି। ମୂଲ୍ୟବାନ ଜୀବନହାନି ପାଇଁ ମୁଁ ଗଭୀର ଶୋକ ପ୍ରକାଶ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ‘କାରିକମ୍’ ମନ୍ତ୍ରୀସ୍ତରୀୟ ସଭାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/sushama-swaraj.jpg)
