ୟୁଏପିଏ ଆଇନ ଅଧୀନରେ ମସୁଦ୍‌, ହାଫିଜ୍‌, ଲକ୍‌ଭି, ଦାଉଦ୍‌କୁ ଆତଙ୍କବାଦୀ ଘୋଷଣା

ନୂଆଦିଲ୍ଲୀ : ଆତଙ୍କବାଦରେ ଅଙ୍କୁଶ ଲଗାଇବା ପାଇଁ ଜୁଲାଇରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ବେଆଇନ ଗତିବିଧି ନିୟନ୍ତ୍ରଣ ଆଇନ (ୟୁଏପିଏ) ଅଧୀନରେ ଆଜି ଭାରତ ସରକାର ୪ ଜଣ ମୋଷ୍ଟ୍‌ ୱାଣ୍ଟେଡ ଆତଙ୍କବାଦୀଙ୍କୁ ସାମିଲ କରି ତାଲିକା ପ୍ରକାଶ କରିଛନ୍ତି। ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଆଝାର, ଆତଙ୍କବାଦୀ ସଂଗଠନ ଜମାତ ଉଦ୍‌ ଦାୱାର ମୁଖିଆ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ, ମାଫିଆ ଡନ୍‌ ଦାଉଦ୍‌ ଇବ୍ରାହିମ ଏବଂ ଆତଙ୍କବାଦୀ ଜାକିଉର୍‌ ରହମାନ ଲଖ୍‌ଭିକୁ ଏହି ତାଲିକାରେ ରଖାଯାଇଛି। ୟୁଏପିଏ ଆଇନରେ କୌଣସି ବ୍ୟକ୍ତି ବିଶେଷକୁ ଆତଙ୍କବାଦୀ ଘୋଷଣା କରାଯାଇଥାଏ ଏବଂ ଏଥିପାଇଁ ଏହି ଆଇନରେ ପ୍ରାବଧାନ ରହିଛି। ଯଦି କୌଣସି ବ୍ୟକ୍ତି ଆତଙ୍କବାଦୀ କାଣ୍ଡ ଘଟାଇବ କିମ୍ବା ଏଥିରେ ସାମିଲ ହେବ ତା’ହେଲେ ତାହାକୁ ଆତଙ୍କବାଦୀ ଘୋଷଣା କରାଯିବ। ସରକାର ଆଜି ଏହି ୪ ଜଣ ଆତଙ୍କବାଦୀଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର