ଋଷର ଟିକା ସ୍ପୁଟନିକ୍-ଭିର ବଡ଼ ଆକାରରେ ପରୀକ୍ଷଣ କରିବାକୁ ଅନୁମତି ଦେଲା ନାହିଁ ଭାରତ

ନୂଆଦିଲ୍ଲୀ: ଋଷର ଟିକା ସ୍ପୁଟନିକ୍-ଭି ହେଉଛି ବିଶ୍ୱର ପ୍ରଥମ ପଞ୍ଜୀକୃତ ଟିକା। ଏହି ଟିକା ସଫଳ ହୋଇଛି ବୋଲି ଋଷ ଦାବି କରିବା ପରେ ଭାରତର ଡକ୍ଟର ରେଡ୍ଡିଜ୍ ଲ୍ୟାବ ମଧ୍ୟ ଋଷ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ତେବେ, ଏହି ଚୁକ୍ତିନାମାକୁ ଏବେ ଏକ ଝଟକା ଲାଗିଛି |

ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଟିକାର ବଡ଼ ପରୀକ୍ଷଣ ପାଇଁ ଅନୁମତି ଦେଇ ନାହିଁ। ଟିକା କେତେ ପ୍ରଭାବଶାଳୀ, ତାହା ଜାଣିବା ପାଇଁ ଏହି ଟିକାକରଣର ଏକ ଛୋଟ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି। ସିଡିଏସସିଓର ଏକ ବିଶେଷଜ୍ଞ ପ୍ୟାନେଲ୍ କହିଛନ୍ତି ଯେ, ବିଦେଶରେ ସ୍ପୁଟନିକ୍-ଭିର କରାଯାଉଥିବା ପ୍ରାରମ୍ଭିକ ପର୍ଯ୍ୟାୟ ଅଧ୍ୟୟନରେ ଏହାର ନିରାପତ୍ତା ସମ୍ବନ୍ଧରେ ବହୁତ କମ୍ ତଥ୍ୟ ମିଳିଛି | ଏଥିରେ ଭାରତୀୟ ସ୍ୱେଚ୍ଛାସେବୀମାନଙ୍କର କୌଣସି ଇନପୁଟ୍ ନାହିଁ, ଯାହା ପାଇଁ ଆମେ ପ୍ରଥମେ ଛୋଟ ପରୀକ୍ଷଣ ପାଇଁ ଅନୁମତି ଦେଇଛୁ।

ଋଷରେ ଟିକା ପରୀକ୍ଷଣ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହାର ଫଳାଫଳ ପ୍ରକାଶ କରାଯିବ। ଏଭଳି ପରିସ୍ଥିତିରେ ଭାରତରେ ଟିକା ଅନୁମୋଦନ ପାଇବା ପାଇଁ ଋଷର ଯୋଜନା ବିଫଳ ହେଉଥିବାର ନଜର ଆସୁଛି। ଗତ ମାସରେ ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏବଂ ଡକ୍ଟର ରେଡ୍ଡିଜ୍ ଲ୍ୟାବ ମଧ୍ୟରେ ଭାରତରେ ଋଷର ଟିକା ବିତରଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। କିନ୍ତୁ ସିଡିଏସସିଓ ବଡ଼ ଆକାରରେ ପରୀକ୍ଷଣ କରିବାକୁ ଅନୁମତି ନଦେବାରୁ ଚୁକ୍ତିନାମାକୁ ବଡ଼ ଝଟକା ଲାଗିଛି।

जल्द शुरू होगा क्लिनिकल ट्रायल
aajtak

ଏଥି ସହିତ, ସ୍ପୁଟନିକ୍-ଭି ଟିକା ପ୍ରଦାନ କରିବା ପରେ ଋଷ ଆଉ ଏକ ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଛି। ଋଷର ଏହି ଟିକା ନାମ ହେଉଛି ଏପିଭାକକରୋନା | ଏହି ଟିକା କ୍ଲିନିକାଲ୍ ପରୀକ୍ଷଣରେ ସଫଳ ହୋଇଛି | ଅକ୍ଟୋବର ୧୫ରେ ଏହି ଟିକାର ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ତେବେ ଋଷ ହେଉଛି ପ୍ରଥମ ଦେଶ ଯିଏକି କରୋନା ଭୂତାଣୁ ଟିକାର ପରୀକ୍ଷା ଶେଷ ହେବା ପୂର୍ବରୁ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛି। ଋଷର ଏହି ପଦକ୍ଷେପକୁ ନେଇ ସାରା ବିଶ୍ୱର ଡାକ୍ତର ଏବଂ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର