ରୁଷ୍‌ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ଦାବି କରୁ: ଶଶି ଥରୁର

ନୂଆଦିଲ୍ଲୀ : ରୁଷ୍‌ ତୁରନ୍ତ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ଦାବି କରିବା ଉଚିତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର। ରୁଷ୍‌ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଥରୁର ନିନ୍ଦା କରିଛନ୍ତି। ଯଦି ଇମ୍ରାନଙ୍କର ଟିକେ ବି ଆତ୍ମସମ୍ମାନ ଥାଏ, ତେବେ ସେ ତୁରନ୍ତ ତାଙ୍କ ଗସ୍ତକୁ ବାତିଲ କରି ଫେରି ଆସିବା ଉଚିତ ବୋଲି ଥରୁର କହିଛନ୍ତି।

ଥରୁର ଟୁଇଟ୍ କରିଛନ୍ତି, ରୁଷ ଏକ ‘ଶାସନ ପରିବର୍ତ୍ତନ’ ଅପରେସନ୍ କରୁଛି। ଏହି ହସ୍ତକ୍ଷେପକୁ କ୍ରମାଗତ ଭାବେ ବିରୋଧ କରୁଥିବା ଭାରତ କେତେ ଦିନ ପର୍ଯ୍ୟନ୍ତ ଚୁପ୍ ରହିପାରିବ? ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଆମେ ସ୍ଥିତିରେ କୌଣସି ପରିବର୍ତ୍ତନ କିମ୍ବା ଏଲ୍‌ଏସିକୁ ଏକପାଖିଆ ଭାବରେ ପରିବର୍ତ୍ତନ କରିବା ପ୍ରୟାସରେ ସହମତ ନୋହୁଁ। ୟୁକ୍ରେନ ସପକ୍ଷରେ ଆମେ ଛିଡା ହେବା ଉଚିତ୍ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର