ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପାଇଁ ଭାରତ ପଞ୍ଚମ ବିପଜ୍ଜନକ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ରାଜନୈତିକ, ଅର୍ଥନୈତିକ କିମ୍ବା କୌଣସି ଧାର୍ମିକ ଶ୍ରେଣୀର କ୍ଷମତାଶୀଳ ବ୍ୟକ୍ତିଙ୍କ ସ୍ବାର୍ଥ ହାନି କଲା ଭଳି ଖବର ପ୍ରକାଶ କରିବା ଯୋଗୁ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ବଢ଼ି ଚାଲିଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ୮୦ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଇଛି। ଆରଏସଏଫ୍ (ରିପୋର୍ଟର୍ସ ୱିଦାଉଟ୍ ବଡର୍ସ) ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ସାଉଦି ସାମ୍ବାଦିକ ଜମାଲ୍ ଖସୋଗି ହତ୍ୟାକାଣ୍ଡ ଚଳିତ ବର୍ଷ ସବୁଠୁ ଏକ ଭୟଙ୍କର ହତ୍ୟାକାଣ୍ଡ। ଆଫଗାନିସ୍ତାନ ସାମ୍ବାଦିକଙ୍କ ପାଇଁ ସବୁଠୁ ବିପଜ୍ଜନକ ରାଷ୍ଟ୍ର ଭାବେ ବିବେଚିତ ହୋଇଛି। ଏଠାରେ ୨୦୧୮ ମସିହାରେ ୧୫ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ବେଳେ ସିରିଆରେ ୧୧ ଜଣ ସାମ୍ବାଦିକ, ମେକ୍ସିକୋରେ ୯ ଏବଂ ୟେମେନ୍ରେ ୮ ଜଣ ସାମ୍ବାଦିକଙ୍କୁ ଏବଂ ଭାରତରେ ୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଭାରତରେ ଯୁଦ୍ଧ ଭୟ ନଥାଇ ସୁଦ୍ଧା ଏଠାରେ ଏତେ ସଂଖ୍ୟାରେ ସାମ୍ବାଦିକ ହତ୍ୟା ଘଟଣା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି। ଚଳିତ ବର୍ଷ ସାଉଦି ସାମ୍ବାଦିକ ଜମାଲ୍ ଖସୋଗିଙ୍କୁ ଇସ୍ତାନବୁଲ୍ର ସାଉଦି ବାଣିଜ୍ୟ ଦୂତାବାସରେ ଯେଉଁଭଳି ହତ୍ୟା କରାଗଲା ତାହା ବିଶ୍ବବ୍ୟାପୀ ନିନ୍ଦିତ ହୋଇଛି। ଖସୋଗି ସାଉଦି କ୍ରାଉନ୍ ପ୍ରିନ୍ସ ସଲମାନ୍ଙ୍କର ଜଣେ କଠୋର ସମାଲୋଚକ ଥିଲେ।
ସାମ୍ବାଦିକଙ୍କ ପାଇଁ ଭାରତ ବିପଜ୍ଜନକ
/sambad/media/post_attachments/wp-content/uploads/2018/12/journalist.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)