ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍‌ ପ୍ରତିପକ୍ଷ ୱେଇ ଫେଙ୍ଗିଙ୍କ ବୈଠକ ସଂକ୍ରାନ୍ତ ଚୀନ୍‌ ଗଣମାଧ୍ୟମ ରିପୋର୍ଟକୁ ଅସ୍ବୀକାର କଲା ଭାରତ

ନୂଆଦିଲ୍ଲୀ: ଆଜି ମସ୍କୋର ବିଶାଳ ବିଜୟ ଦିବସ ପରେଡ୍‌ରେ ଯୋଗ ଦେବା ଅବସରରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷ ୱେଇ ଫେଙ୍ଗିଙ୍କ ସହ ସାକ୍ଷାତ୍ କରିବେ ନାହିଁ ପ୍ରତିରକ୍ଷା ମନ୍ତ୍ରଳୟ କହିଛି। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଚୀନ୍‌ର ମୁଖପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ ରିପୋର୍ଟ କରିଥିଲା କି, ରୁଷୀୟ ରାଜଧାନୀରେ ଉଭୟ ନେତାଙ୍କ ମଧ୍ୟରେ ଏଭଳି ବ‌ୈଠକର ସମ୍ଭାବନା ଅଛି।

ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନ୍‌ ଉପରେ ସୋଭିଏତ୍ ବିଜୟର ୭୫ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ବିଜୟ ପରେଡ୍‌ରେ ଯୋଗ ଦେବା ନିମନ୍ତେ ସମ୍ପ୍ରତି ରାଜନାଥ ସିଂହ ତିନିଦିନିଆ ମସ୍କୋ ଗସ୍ତରେ ଅଛନ୍ତି। ବୁଧବାର ଦିନ ଏହି ପରେଡ୍‌ରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଗି ମଧ୍ୟ ଯୋଗ ଦେବେ‌ ବୋଲି ଆଶା କରାଯାଉଛି।

Image Courtesy of NDTV

ସସ୍କୋ ଗସ୍ତକୁ ମଙ୍ଗଳବାର ଦିନ ଭାରତ ଏବଂ ରୁଷ୍ ମଧ୍ୟରେ ଥିବା ସ୍ବତନ୍ତ୍ର ବନ୍ଧୁତାର ସଙ୍କେତ ବୋଲି ଅଭିହିତ କରିଥିଲେ। ସେ କହିଥିଲେ, କୋଭିଡ୍ ମହାମାରୀ ସମୟରେ ମୋର ମସ୍କୋ ଗସ୍ତ ହେଉଛି ଭାରତର ସରକାରୀ ପ୍ରତିନିଧିଙ୍କ ପ୍ରଥମ ବିଦେଶ ଗସ୍ତ। ଏହା ହେଉଛି ଆମ ବନ୍ଧୁତ୍ବର ସ୍ବତନ୍ତ୍ର ସଙ୍କେତ। ମହାମାରୀଜନିତ ସମସ୍ତ ଅସୁବିଧା ସତ୍ତ୍ବେ ଆମର ଦ୍ବିପାକ୍ଷିକ ସମ୍ପର୍କ ବିଭିନ୍ନ ସ୍ତରରେ ଉତ୍ତମ ଯୋଗସୂତ୍ର ରଖିଛି।

ଚୀନ୍‌ ସମେତ ବିଶ୍ବର ଅନ୍ୟୂନ ୧୧ଟି ଦେଶର ସଶସ୍ତ୍ର ଯବାନମାନେ ଅଂଶ ଗ୍ରହଣ କରୁଥିବା ଏହି ବିଜୟ ପରେଡ୍‌ରେ ଭାରତର ୭୪ଜଣ ସଶସ୍ତ୍ର ଯବାନ ଭାଗ ନେବେ।

ଏ ସଂକ୍ରାନ୍ତରେ ରାଜନାଥ ସିଂହ କହିଛନ୍ତି, ଆସନ୍ତାକାଲି ରେଡ୍‌ ସ୍କୋୟାର୍‌ରେ ଭାରତୀୟ ସାମରିକ କଣ୍ଟିଜେଣ୍ଟ୍ ମାର୍ଚିଙ୍ଗ୍‌ କରିବା ବଡ଼ ଗୌରବର କଥା। ବିଶ୍ବଯୁଦ୍ଧରେ ନିୟୁତ ନିୟୁତ ଭାରତୀୟ ସୈନିକ ଅଂଶ ଗ୍ରହଣ କରି ବହୁସଂଖ୍ୟାରେ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସୋଭିଏତ୍ ସେନାକୁ ସହାୟତା ଯୋଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର