ଚୀନ ସୀମାରେ ଭାରତର ରଣସଜ୍ଜା, ମୁତୟନ ହେଲା ସୁଖୋଇ,ମିରେଜ ଓ ଆପାଚେ

ଶ୍ରୀନଗର,ଲେହକୁ ବାୟୁସେନା ମୁଖ୍ୟଙ୍କ ଜରୁରୀ ଗସ୍ତ

ନୂଆଦିଲ୍ଲୀ : ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ପକ୍ଷ ମଧ୍ୟରେ ନିୟମିତଭାବେ ଆଲୋଚନା ଜାରି ରହିଛି । କିନ୍ତୁ ଇତି ମଧ୍ୟରେ ସମଗ୍ର ଚୀନ ସୀମାରେ ଭାରତ ପକ୍ଷରୁ ରଣସଜ୍ଜା ଆରମ୍ଭ ହୋଇଯାଇଛି । ଭାରତୀୟ ବାୟୁସେନାର ଲଢୁଆ ବିମାନଗୁଡ଼ିକୁ ଚୀନ ସୀମାରେ ଥିବା ଫରଓ୍ଵାର୍ଡ ବେସଗୁଡ଼ିକରେ ମୁତୟନ କରାଯାଇଛି । ମୁତୟନ କରାଯାଇଥିବା ଲଢୁଆ ବିମାନ ମଧ୍ୟରେ ରହିଛି ସୁଖୋଇ, ମିରେଜ-୨୦୦୦,ଜାଗୁଆର ଲଢୁଆ ବିମାନ । ଏହା ସହିତ ଆମେରିକାଠାରୁ କିଣାଯାଇଥିବା ଆପାଚେ ଲଢୁଆ ହେଲିକାପ୍ଟର କୁ ମଧ୍ୟ ମୁତୟନ କରାଯାଇଛି ।

BOEING

ବାୟୁସେନା ମୁଖ୍ୟ ଆରକେଏସ ଭାଦୁରିଆ ଶ୍ରୀନଗର ଓ ଲେହରେ ଥିବା ବାୟୁସେନା ଘାଟିଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ସମଗ୍ର ଭାରତୀୟ ବାୟୁସୀମାରେ ସତର୍କତା ଜାରି କରାଯାଇଛି ।

 

ଅନ୍ୟପକ୍ଷରେ ଭାରତୀୟ ସେନା ମଧ୍ୟ ନିଜର ଟ୍ୟାଙ୍କ ଓ ଅନ୍ୟ ଯୁଦ୍ଧଯାନଗୁଡ଼ିକୁ ଚୀନ ସୀମାରେ ମୁତୟନ କରିଛି । ଚୀନର ଦୁଃସାହାସର ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ପରେ ଭାରତୀୟ ପ୍ରତିରକ୍ଷା ବାହିନୀ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଜୁନ ୧୫-୧୬ ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହି ଘଟଣାରେ ଚୀନର ସବୁଠାରୁ ଅଧିକ ଯବାନ ମୃତାହତ ହୋଇଥିଲେ ଚୀନ ପକ୍ଷରୁ ପ୍ରକୃତ ସଂଖ୍ୟା ସଂପର୍କରେ ସୂଚନା ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର