ଲଦାଖରେ ମିଗ-୨୯କେ ଲଢୁଆ ବିମାନ ମୁତୟନ

ଆମେରିକା ସଂସଦରେ ଭାରତ ସପକ୍ଷରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ : ଚୀନର ଆକ୍ରାମକ ନୀତିକୁ ପ୍ରତିହତ କରିବାକୁ ଭାରତୀୟ ସେନା ନିଜର ପ୍ରସ୍ତୁତି ଜାରି ରଖିଛି । ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଦୁଇପକ୍ଷ ମଧ୍ୟରେ ସେନା ପ୍ରତ୍ୟାହାର ହୋଇଥିବା ସତ୍ତ୍ୱେ ଚୀନ ଉପରେ ସଂପୂର୍ଣ୍ଣ ଭରସା କରିପାରୁ ନାହିଁ ଭାରତୀୟ ସେନା । ଏଥିପାଇଁ ଚୀନ ସୀମାରେ ଅଧିକରୁ ଅଧିକ ଲଢୁଆ ବିମାନ ମୁତୟନ କରିଚାଲିଛି ଭାରତ । ନୌସେନା ଦ୍ୱାରା ବ୍ୟବହାର ହେଉଥିବା ମିଗ-୨୯କେ ଲଢୁଆ ବିମାନ ଓ ପସେଡନ-୮ଆଇ ପ୍ରହରା ବିମାନକୁ ଲଦାଖ ନିକଟରେ ମୁତୟନ କରାଯାଇଛି । ଏହା ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ନିଜର ଜାଗୁଆର, ମିରାଜ ଓ ସୁଖୋଇ ବିମାନ ଏବଂ ଆମେରିକା ନିର୍ମିତ ଆପାଚେ ଓ ଚିନୁକ ହେଲିକାପ୍ଟରକୁ ସୀମାରେ ମୁତୟନ କରାଯାଇଛି ।
କେବଳ ଏତିକି ନୁହେଁ ଭାରତ ପକ୍ଷରୁ ଆଣ୍ଡାମାନ ନିକଟରେ ୧୦ଟି ଜାଗୁଆର ଲଢୁଆ ବିମାନକୁ ମୁତୟନ କରାଯାଇଛି । ଏସବୁ ବିମାନରେ ଜାହାଜ ଧ୍ୱଂସ କରୁଥିବା ହାର୍ପୁନ ମିସାଇଲ ଲାଗିଛି । ଚୀନ ସହିତ ଯୁଦ୍ଧ ହେବା ସ୍ଥିତିରେ ମଲାକ୍କା ଷ୍ଟେଟ ଦେଇ ଯାଉଥିବା ଚୀନ ଜାହାଜଗୁଡ଼ିକୁ ଅଟକାଇବାକୁ ଭାରତୀୟ ନୌସେନା ରଣନୀତି ପ୍ରସ୍ତୁତ କରିଛି ।

ଆମେରିକା ସଂସଦରେ ଭାରତ ସପକ୍ଷରେ ପ୍ରସ୍ତାବ ଗୃହୀତ

ଅନ୍ୟପକ୍ଷରେ ଚୀନ ସହିତ ଏହି ବିବାଦରେ ଆମେରିକା ସଂପୂର୍ଣ୍ଣ ଭାବେ ଭାରତ ପଛରେ ଛି଼ଡ଼ା ହୋଇଛି । ଆଜି ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟିଭରେ ଚୀନ ବିରୁଦ୍ଧରେ ଏକ ପ୍ରସ୍ତାବ ଗୃହୀତ କରି କୁହାଯାଇଛି ଯେ ଚୀନ ଭାରତୀୟ ଅଞ୍ଚଳକୁ ଦଖଲ କରିବାକୁ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର