ଭାରତରେ ଆଉ ୯ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ, ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୩୮

ନୂଆଦିଲ୍ଲୀ: ଭାରତରେ ଆଜି ପୁଣି ୯ଜଣ ବ୍ରିଟେନ ଷ୍ଟ୍ରେନ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଜାନୁଆରି ୧ରେ ୪ଜଣ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହେବା ପରେ ମୋଟ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଥିଲା। ଆଜି ୯ଜଣ ଚିହ୍ନଟ ହେବା ପରେ ମୋଟ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ୩୯ଜଣ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଟି ବେଙ୍ଗାଲୁରୁର ନିମହାନ୍ସରୁ , ତିନୋଟି ହାଇଦ୍ରାବାଦର ସିସିଏମବିରୁ, ପାଞ୍ଚଟି ପୁଣେର ଏନଆଇଭିରୁ, ୧୧ଟି ଦିଲ୍ଲୀର ଆଇଜିବିରୁ, ୮ଟି ଦିଲ୍ଲୀର ଏନସିଡିସିରୁ ଏବଂ ଗୋଟିଏ କୋଲକାତା ଏନସିବିଜିରୁ ଚିହ୍ନଟ ହୋଇଛନ୍ତି। ତେବେ ଏନସିବିଏସ, ଇନଷ୍ଟେମ, ବେଙ୍ଗାଲୁରୁ, ସିଡିଏଫଡି ହାଇଦ୍ରାବାଦ, ଆଇଏଲ୍ଏସ୍ ଭୁବନେଶ୍ୱର ଏବଂ ଏନସିସିଏସ ପୁଣେରେ ହୋଇଥିବା ଜିନମ ସିକ୍ୟୁଏନସିଙ୍ଗରୁ କେହି ବ୍ରିଟେନ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇନାହାନ୍ତି।

Coronavirus Highlights: Genome sequencing for all symptomatic Covid positive passengers who arrived in India during Dec 9-22, says govt | India News,The Indian Express
The Indian Express

କରେ‌ାନାର ପୁରୁଣା ରୂପ ଠାରୁ ଏହି ନୂଆ ଷ୍ଟ୍ରେନ ୫୬ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବାରୁ ସରକାରଙ୍କ ଚିନ୍ତା ବଢିଛି । ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କୁ ଅଲଗା କୋଠରୀରେ ସଙ୍ଗରୋଧରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କୁ ନିଜ ବିଷୟରେ ସମସ୍ତ ତଥ୍ୟ ଜଣାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ସମ୍ବନ୍ଧିତ ଖବର