ଭାରତ ନିର୍ମାଣ କରୁଛି ଏହି ଶକ୍ତିଶାଳୀ ବୋମା, ଓଜନ ୫୦୦ କିଲୋଗ୍ରାମ

ନୂଆଦିଲ୍ଲୀ : ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ଏକ ଶକ୍ତିଶାଳୀ ବୋମା ତିଆରି କରୁଛି । ଏହାର ଓଜନ ପ୍ରାୟ ୫୦୦ କିଲୋଗ୍ରାମ । ଏହାକୁ ଆସନ୍ତା ବର୍ଷ ଭାରତୀୟ ବାୟୁ ସେନାରେ ସାମିଲ କରାଯିବା ପାଇଁ ଯୋଜନା ରହିଛି । ପୂର୍ବରୁ ବାୟୁସେନା ଏପରି ବୋମାକୁ ବିଦେଶରୁ ଆମଦାନୀ କରୁଥିଲା । ଏହି ଧରଣର ବୋମା ବ୍ୟବହାର କରି ସାଧାରଣତଃ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ଯଥା ବିମାନବନ୍ଦର, ପ୍ରାଶାସନିକ ଓ ସାମରିକ ପ୍ରତିଷ୍ଠାନ, ବନ୍ଦର, ବଙ୍କର, ଅସ୍ତ୍ରାଗାର ଆଦିକୁ ଟାର୍ଗେଟ କରି ସଂପୂର୍ଣ୍ଣ ଧୂଳିସାତ କରିଦିଆଯାଏ । ପ୍ରତିରକ୍ଷା ଅନୁସଂଧାନ ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ତରଫରୁ ଏହି ୫୦୦ କିଗ୍ରା ଶ୍ରେଣୀର ବୋମା ତିଆରି କରାଯାଉଛି । ଏହାର ବ୍ୟାସ ପ୍ରାୟ ଏକ ଫୁଟ ଓ ଲମ୍ବ ପ୍ରାୟ ୧୦ ଫୁଟ ଓ ଏହା ସ୍ୱତନ୍ତ୍ର ପ୍ରକାରର ଷ୍ଟିଲ ଖୋଳପା ଭିତରେ ରହିଥାଏ । ଡିଆରଡିଓ ପକ୍ଷରୁ ଜାଗୁଆର ଲଢୁଆ ବିମାନରୁ ଏହି ବୋମାକୁ ପ୍ରୟୋଗ କରି ଏହାର ଶକ୍ତି ଆକଳନ କରାଯାଇଛି । ଖୁବଶୀଘ୍ର ସୁଖୋଇରୁ ଏହାର ପ୍ରୟୋଗ କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲରେ ଏହା ବାୟୁସେନାରେ ସାମିଲ ହେବ ।

ସମ୍ବନ୍ଧିତ ଖବର