ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ଦେଶକୁ ଔଷଧ ପଠାଇ ସେମାନଙ୍କୁ କୋଭିଡ-୧୯ ମହାମାରୀ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଛି ଭାରତ । ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ୧୦୮ଟି ଦେଶକୁ ଭାରତ ପ୍ରାୟ ୮୫ନିୟୁତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ୍ ଏବଂ ପାଖାପାଖି ୫୦୦ନିୟୁତ ପାରାସିଟାମୋଲ ଟାବଲେଟ୍ ଯୋଗାଇବାର ପ୍ରସ୍ତୁତି କରିସାରିଛି | ଏ ମଧ୍ୟରୁ କିଛି ଦେଶରେ ଔଷଧ ପହଞ୍ଚି ସାରିଥିବା ବେଳେ କିଛି ଦେଶରେ ଔଷଧ ପହଞ୍ଚିବା ବାକି ରହିଛି ।ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ, ବିଦେଶୀ ନିର୍ବାହ ଚାର୍ଟର୍ ଏବଂ କାର୍ଗୋ ବିମାନ ମାଧ୍ୟମରେ ଔଷଧକୁ ବିଭିନ୍ନ ଦେଶକୁ ପଠାଯାଉଛି |
“ଯେଉଁ ଦେଶମାନେ କୋଭିଡ-୧୯ ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କୁ ପ୍ରଥମେ ଭାରତ ଔଷଧ ପଠାଉଛି। ଏହି ଆବଶ୍ୟକତା ସମୟରେ ଯେଉଁମାନେ ଆମର ସାହାଯ୍ୟ ଲୋଡିଛନ୍ତି, ଆମେ ସେମାନଙ୍କ ଅନୁରୋଧ ରକ୍ଷା କରି ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇଦେବୁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି |
Business Standardସୂଚନା ମୁତାବକ, ଭାରତ ପ୍ରଥମେ ଆମେରିକା, ବ୍ରିଟେନ, ରୁଷ, ଫ୍ରାନ୍ସ , ସ୍ପେନ୍ ଏବଂ ନେଦରଲ୍ୟାଣ୍ଡ ସମେତ ବାଣିଜ୍ୟିକ ଚୁକ୍ତିନାମା ମାଧ୍ୟମରେ ୨୪ଟି ଦେଶକୁ ୮୦ମିଲିୟନ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଟାବଲେଟ୍ ଯୋଗାଇ ସାରିଛି। ଏହା ସହ ଇଟାଲୀ, ସ୍ୱିଡେନ ଏବଂ ସିଙ୍ଗାପୁର ସମେତ ୫୨ଟି ଦେଶକୁ ବହୁ ପରିମାଣର ପାରାସିଟାମଲ୍ ଟାବଲେଟ୍ ଯୋଗାଇ ଦେଇଛି | କେତେକ କ୍ଷେତ୍ରରେ, ଉଭୟ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବଂ ପାରାସିଟାମଲ୍ ଟାବଲେଟ୍ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜଣା ପଡିଛି | |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y.png)