୭୦୦ ଜାହାଜକୁ ପ୍ରବେଶ ଅନୁମତି ଦେଲାନି ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସରକାର ଏ ପର୍ଯ୍ୟନ୍ତ ୭୦୦ରୁ ଅଧିକ ଜାହାଜର ୨୫ ହଜାରରୁ ଅଧିକ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କୁ ଭାରତୀୟ ବନ୍ଦରରେ ପହଞ୍ଚିବାକୁ ଅନୁମତି ଦେଇନାହାନ୍ତି। ଏହି ଜାହାଜଗୁଡ଼ିକ ପ୍ରଭାବିତ ରାଷ୍ଟ୍ର ଦେଇ ଭାରତୀୟ ତଟରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ସତର୍କ କରାଇ ଦିଆଯାଇଛି। ଯାଞ୍ଚ ବ୍ୟବସ୍ଥା ସଂପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେଗୁଡ଼ିକ ଭାରତୀୟ ତଟରେ ଲାଗିବାକୁ ଅନୁମତି ମିଳିବ ନାହିଁ। ଚୀନ୍‌ ଏବଂ କରୋନା ପ୍ରଭାବିତ ଅନ୍ୟ ରାଷ୍ଟ୍ର ଦେଇ ୭୦୩ଟି ଜାହାଜ ବିଭିନ୍ନ ଭାରତୀୟ ବନ୍ଦରରେ ଲାଗିବାକୁ ପ୍ରତୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର