ଭାଇରସ୍‌ ପରୀକ୍ଷା କ୍ଷେତ୍ରରେ ଭାରତ ପଛୁଆ, ଜଟିଳ ନିୟମ ସାଜୁଛି ପ୍ରତିବନ୍ଧକ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ ଯୋଗୁଁ ତୃତୀୟ ମୃତ୍ୟୁ ପରେ ଲୋକଙ୍କ ଭୟ ବଢ଼ିଛି। ଭାରତ କରୋନା ଭାଇରସ୍‌ ପରୀକ୍ଷା କ୍ଷେତ୍ରରେ ବହୁତ ପଛୁଆ‌ ରହିଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ମାର୍ଚ୍ଚ ୧୬ ସୁଦ୍ଧା ଭାରତ ୯,୧୦୦ ନମୁନା ପରୀକ୍ଷା କରିଛି। ଏହା ତୁଳନାରେ ଦକ୍ଷିଣ କୋରିଆରେ ସରକାର କରୋନା ଭାଇରସ୍‌ ପରୀକ୍ଷା ପାଇଁ ଉତ୍ତମ ବ୍ୟବସ୍ଥା କରିଛନ୍ତି। ଦକ୍ଷିଣ କୋରିଆ ପ୍ରତିଦିନ ହାରାହାରି ପ୍ରାୟ ୧୨,୦୦୦ ରୋଗୀଙ୍କ ନମୁନା ପରୀକ୍ଷା କରୁଛି। ଭାରତରେ ସମୁଦାୟ ଯେତିକି ନମୁନା ପରୀକ୍ଷା କରାଯାଇଛି ଦକ୍ଷିଣ ‌କୋରିଆରେ ଦୈନିକ ତା’ଠାରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଦକ୍ଷିଣ କୋରିଆ ଅପେକ୍ଷା ଆମେରିକାର ଜନସଂଖ୍ୟା ବହୁ ଅଧିକ ହୋଇଥିଲେ ମଧ୍ୟ ଏଠାରେ ବି ନମୁନା ପରୀକ୍ଷା କରିବା ସଂଖ୍ୟା କମ୍‌ ରହିଛି। ଦକ୍ଷିଣ କୋରିଆରେ ଯେଉଁ ସମୟରେ ୧୦୯,୦୦୦ ନମୁନା ପରୀକ୍ଷା କରିଛି ଆମେରିକା ସେହି ସମୟରେ ମାତ୍ର ୨୭,୦୦୦ ନମୁନା ପରୀକ୍ଷା କରିଛି। ଭାରତରେ ଯଦି ଜଣେ କରୋନା ଭାଇରସ୍‌ ପାଇଁ ପରୀକ୍ଷା କରିବାକୁ ଚାହିବେ ତେବେ ଏକ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସରଣ କରିବାକୁ ପଡ଼ୁଛି। ଜଣେ ବ୍ୟକ୍ତି ବିଦେଶରୁ ଫେରିଥିଲେ କିମ୍ବା ଭାଇରସ୍‌ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ହିଁ ତାଙ୍କ ଭାଇରସ୍‌ ପରୀକ୍ଷା କରାଯିବ। ତେବେ ଯଦି ସାଧାରଣ ଜ୍ବର ହୋଇଥିବ ତେବେ ଭାରତରେ ଭାଇରସ୍‌ ପରୀକ୍ଷା ପାଇଁ ସେମିତି ସୁବିଧା ନାହିଁ। ଅନ୍ୟପକ୍ଷେ ଦକ୍ଷିଣ କୋରିଆରେ ଘରୋଇ ଲାବ୍ରୋଟରିଗୁଡ଼ିକରେ ୯୦ ପ୍ରତିଶତ ପରୀକ୍ଷା କରାଯାଉଛି। ଭାରତ ନିକଟରେ ଏବେ ଭାଇରସ୍‌ ପରୀକ୍ଷା ପାଇଁ ୩୦୦,୦୦୦ କିଟ୍‌ ରହିଛି। ତେବେ ଗତକାଲି ସରକାର ଜର୍ମାନୀରୁ ୧ ନିୟୁତ କିଟ୍‌ ପାଇଁ ଅର୍ଡର ଦେଇଛନ୍ତି।

ସମ୍ବନ୍ଧିତ ଖବର