ଇରାନ-ଆମେରିକା ଉତ୍ତେଜନା ହ୍ରାସ ଦିଗରେ ଭାରତର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ବଢିଯାଇଥିବା ଉତ୍ତେଜନା ଧୀରେ ଧୀରେ ଥଣ୍ଡା ପଡ଼ିବାରେ ଲାଗିଛି । ତେବେ କିପରି ପରିସ୍ଥିତି ସ୍ୱାଭାବିକ ହେଲା ? ଏ ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି ।

ଯୁଦ୍ଧ ଏଡେଇବାକୁ ଭାରତ, ଚୀନ, ଓମାନ, ଆଫଗାନିସ୍ତାନ ଆଦି ଇରାନର ମିତ୍ର ଦେଶ ପରଦା ପଛରେ ରହି ଅହରଣ ଉଦ୍ୟମ କରିଚାଲିଥିଲେ । ଦୁଇଦିନ ତଳେ ତେହେରାନରେ ହୋର୍ମୁଜ ପିସ ଇନିସିଏଟିଭ ( ହୋର୍ମୁଜ ଶାନ୍ତି ଉଦ୍ୟମ) ସଂଗଠନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରୋକ୍ତ ଦେଶମାନେ ଯୋଗ ଦେଇଥିଲେ । ତେବେ ଏଥିରେ ସବୁଠାରୁ ଜରୁରୀ ଭୂମିକା ଗ୍ରହଣ କରିଥିଲା ଭାରତ । ପ୍ରମୁଖ ଆରବ ଦେଶ, ଇରାନ ଓ ଆମେରିକା ସହ ଯୋଗସୁତ୍ର ରକ୍ଷା କରି ଉତ୍ତେଜନା କମାଇବାକୁ ଉଦ୍ୟମ କରୁଥିଲା ।

ଏ ଅଞ୍ଚଳରେ ଯୁଦ୍ଧ ହୋଇଥିଲେ କେବଳ ଇରାନ ନୁହେଁ ଏସିଆର ସବୁ ଦେଶ ପ୍ରଭାବିତ ହୋଇଥାନ୍ତେ । କାରଣ ଭାରତ, ଚୀନ, ଜାପାନ ଓ ଅନ୍ୟାନ୍ୟ ଏସୀୟ ଦେଶକୁ ଇରାନ ଜଳସୀମାରେ ଆସୁଥିବା ଷ୍ଟ୍ରେଟ ଅଫ ହରମୁଜ ଦେଇ ଦେଶ ତୈଳ ଆମଦାନୀ କରନ୍ତି । ଭାରତକୁ ଆସୁଥିବା ମୋଟ ତୈଳର ୫୦ ପ୍ରତିଶତରୁ ଅଧିକ ତେଲ ଏହି ଷ୍ଟ୍ରେଟ ଅଫ ହରମୁଜ ଦେଇ ଆସିଥାଏ । କିନ୍ତୁ ଯୁଦ୍ଧ ଲାଗିଥିିଲେ ଭାରତକୁ ଏହି ବାଟ ଦେଇ ତେଲ ଆସିପାରିବ ନାହିଁ । ଯଦି ଏପରି ସ୍ଥିତି ଉପୁଜେ ତେବେ ଭାରତ ଓ ଏସିଆରେ ତୈଳ ସଂକଟ ଦେଖାଯାଇଥାନ୍ତା ।

ସମ୍ବନ୍ଧିତ ଖବର