ନୂଆଦିଲ୍ଲୀ: ଭାରତ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ନୂଆଦିଲ୍ଲୀରେ ଶନିବାର ଆରମ୍ଭ ହୋଇଥିବା ଓ୍ଵାର୍ଲଡ଼ ଫୁଡ଼୍ ଇଭେଣ୍ଟରେ ୯୧୮ କିଲୋ ଖେଚେଡି ପ୍ରସ୍ତୁତ କରି ଗିନିଜ୍ ବୁକ୍ରେ ସ୍ଥାନ ପାଇଛି ଭାରତ। ଦେଶର ଜଣାଶୁଣା ସେଫ୍ ସଂଜୀବ କପୁରଙ୍କ ନେତୃତ୍ୱରେ ୫୦ ଜଣ ସେଫ୍ ୯୧୮ କିଲୋ ଖେଚେଡ଼ି ରୋଷେଇ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ପାଇଁ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ୭ଫୁଟ୍ ଡ଼ାୟାମିଟରର ଏକ କଡେଇ ବ୍ୟବହାର କରାଯାଇଥିଲା ।
ସଂଜୀବ୍ କପୁରଙ୍କ ସମେତ ୫୦ ଜଣ ସେଫ୍ ଏହାକୁ ପ୍ରସ୍ତୁତ କରିଥିଲେ । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍ କୌର,ବାବା ରାମଦେବ, ବିଜେପି ସାସଂଦ ସାଧ୍ୱୀ ନିରଞ୍ଜନ ଜ୍ୟେତି ଏବଂ ପଦ୍ମଶ୍ରୀରେ ସମ୍ମାନୀତ ସେଫ୍ ସଂଜିବ କପୁର ଖିଚ୍ଡ଼ିରେ ତଡ଼୍କା(ଛୁଙ୍କ) ଲଗାଇଥିଲେ। ତିନି ଦିନ ଚାଲିବାକୁ ଥିବା ଏହି ଇଭେଣ୍ଟ୍ର ପ୍ରଥମ ଦିନରେ ୬୦,୦୦୦ ଅନାଥ ପିଲାଙ୍କୁ ଏହି ଖେଚେଡି ଖାଇବାକୁ ଦିଆଯାଇଥିଲା। ଖେଚେଡିକୁ ବ୍ରାଣ୍ଡ ଇଣ୍ଡିଆ ସୁପରଫୁଡ଼୍ କରିବାକୁ ଏହା ଏକ ପ୍ରୟାସ ବୋଲି କୁହାଯାଇଛି। ତେବେ ଏହି ଇଭେଣ୍ଟ୍ ଜରିଆରେ ଖେଚେଡିକୁ ନ୍ୟାସନାଲ ଫୁଡ଼୍ ବା ଜାତୀୟ ଖାଦ୍ୟ ଭାବେ ଘୋଷଣା କରାଯିବ ବୋଲି ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2017/11/khichdi-kfBI-621x414@LiveMint-300x200.jpg)
ଖଚେଡିକୁ ନ୍ୟାସନାଲ ଫୁଡ଼୍ ବା ଜାତୀୟ ଖାଦ୍ୟ ଭାବେ ଘୋଷଣା କରାଯିବା ଖବର ଶୁଣି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ଟ୍ଵିଟ୍ କରିଛନ୍ତି କି, “ତାହେଲେ ଯଦି ଆମେ କାହାକୁ ଖେଚେଡି ଖାଉଥିବାର ଦେଖିବୁ ଆମକୁ ଛିଡ଼ା ହେବାକୁ ପଡ଼ିବ? କାରଣ ଫିଲ୍ମ ଦେଖିବା ପୂର୍ବରୁ ଏହାକୁ ଖାଇବାକୁ ପଡ଼ିବ?” ଏହା ଶୁଣିକେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍ କୌରଟ୍ଵିଟ୍ କରିଥିଲେ କି “ନ୍ୟାସନାଲ୍ ଫୁଡ଼୍ ପର ଖୁବ୍ ଖିଚ୍ଡ଼ି ପକି, ୟେ ସବ ଓ୍ଵାର୍ଲଡ଼ ରେକର୍ଡ଼ ବନାନେ କି କୋସିସ ହୈ” ।
ଖିଚ୍ଡ଼ି ହେଉଛି ଏମିତି ଏକ ଖାଦ୍ୟ ଯାହାକୁ ସବୁ ବର୍ଗର ଲେକ ଖାଇବାକୁ ଭଲ ପାଆନ୍ତି । ଏହା ଭାରତର ସବୁ ରାଜ୍ୟରେ ବିଭିନ୍ନ ପ୍ରଣାଳୀରେ ତିଆରି କରାଯାଇଥାଏ ବୋଲି କହିଛନ୍ତିକେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍ କୌର । ଚାଉଳ,ପରିବା,ଘିଅ, ନଡ଼ିଆ ଏବଂ ଖିରରେ ତିଆରି କରାଯାଇଥାଏ ଖେଚେଡି । ଏହା ଏକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ହୋଇଥିବା ବେଳେ ପ୍ରତି ରାଜ୍ୟରେ ଏହା ଭିନ୍ନ ସ୍ୱାଦରେ ମିଳିଥାଏ । ଲୋକ ମାନେ ନିଜ ପସନ୍ଦ ଅନୁସାରେ ଏହାକୁ ତିଆରି କରିଥାନ୍ତି ।