ଭାରତଠାରୁ ବ୍ରହ୍ମୋସ ମିସାଇଲ କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ  ଉଭୟ ଭାରତ ଓ ଇଣ୍ଡୋନେସିଆ ସହ ଚୀନର ସଂପର୍କ ଭଲ ନାହିଁ  । ଉଭୟ ଦେଶ ସହ ଚୀନର ସୀମା ବିବାଦ ରହିଛି । ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ସାମରିକ ଦୃଷ୍ଟିରୁ ପରସ୍ପରର ନିକଟତର ହେଉଛନ୍ତି । ଚୀନର ମୁକାବିଲା ଲାଗି ଭାରତ ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ରୁଜ ମିସାଇଲ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି  । ଏଥିରେ ଇଣ୍ଡୋନେସିଆ ମଧ୍ୟ ଆଗ୍ରହ ଦେଖାଇଛି  । ଗତ ବର୍ଷ ଇଣ୍ଡୋନେସିଆର ଏକ ପ୍ରତିନିଧିମଣ୍ଡଳ ଭାରତ ଆସି ଏହି ମିସାଇଲର ନିରୀକ୍ଷଣ କରିଥିଲେ । ସୂଚନାମୁତାବକ ଇଣ୍ଡୋନେସିଆ ଏହାର ପ୍ରଦର୍ଶନରେ ସନ୍ତୁଷ୍ଟ ରହିଛି । କେବଳ ବ୍ରହ୍ମୋସ ନୁହେଁ ଭାରତ ଇଣ୍ଡୋନେସିଆକୁ କୋଷ୍ଟାଲ ଡିଫେନ୍ସ ରାଡାର, ସୁଖୋଇର ସର୍ଭିସିଂ ଓ ମେରାଇନ ଗ୍ରେଡ ଷ୍ଟିଲ ଦେବା ପାଇଁ ପ୍ରସ୍ତାବ ଦେଇଛି ।

ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି ମିଜାଇଲକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳଲଞ୍ଚର୍‌ରୁ ଉତ୍‌କ୍ଷେପଣ କରାଯାଇପାରିବ। ଶବ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ମିଜାଇଲ୍‌ରେ ଦୁଇଟି ଷ୍ଟେଜ୍‌ବିଶିଷ୍ଟ ଇଂଜିନ୍‌ ବ୍ୟବହାର କରାଯାଇଥାଏ। ୩ ହଜାର କିଲୋଗ୍ରାମ୍‌ ପର୍ୟ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି ମିଜାଇଲ ସ୍ଥଳଭାଗରୁ ୪୫୦ରୁ ୬୦୦ କିଲୋମିଟର ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ ଶହ କିଲୋମିଟର ପର୍ୟ୍ୟନ୍ତ ଟାର୍ଗେଟ୍‌ ହିଟ୍‌ କରିପାରିବାର କ୍ଷମତା ରଖିଛି।

ସମ୍ବନ୍ଧିତ ଖବର