ନୂଆଦିଲ୍ଲୀ: ମହାମାରୀ କରୋନା ଦାଉରେ ସାରା ବିଶ୍ବ ତ୍ରାହି ତ୍ରାହି ଡାକ ଛାଡି଼ଥିବା ବେଳେ ଏହି ଘାତକ ରୋଗର ସଂକ୍ରମଣକୁ ମୁକାବିଲା କରିବାରେ ଭାରତ ଆଗରେ ରହିଥିବା ଏକ ରିପୋର୍ଟରୁ ଜଣାଯାଇଛିା ବିଶେଷ କରି ଆମେରିକା, ଜର୍ମାନୀ, ଇଟାଲି, ସ୍ପେନ୍, ଦକ୍ଷିଣ କୋରିଆ ଏବଂ ବ୍ରିଟେନ୍ ଭଳି ରାଷ୍ଟ୍ର ତୁଳନାରେ କୋଭିଡ୍–୧୯ ପାଇଁ ଭାରତ ଆପଣାଇଥିବା ପଦକ୍ଷେପଗୁଡି଼କ ବେଶ ଆଗୁଆ ଏବଂ ଫଳପ୍ରଦ ହୋଇପାରିଛି ବୋଲି ଅକ୍ସଫୋର୍ଡ କୋଭିଡ୍–୧୯ ଗଭର୍ନମେଣ୍ଟ୍ ଟ୍ରାକର(ଓଏକ୍ସସିଜିଆର୍ଟି) ସଂସ୍ଥା ପକ୍ଷରୁ ପ୍ରକାଶିକ ଏକ ରିପୋର୍ଟରେ ଦର୍ଶାଯାଇଛିା କୋଭିଡ୍ ପ୍ରାଦୁର୍ଭାବକୁ ପ୍ରତିହତ କରିବା ପାଇଁ ବିଭିନ୍ନ ରାଷ୍ଟ୍ରରେ ସରକାର ନେଉଥିବା ଦୀର୍ଘମିଆଦୀ, ସ୍ବଳ୍ପକାଳୀନ ଏବଂ ତତ୍କାଳ ପଦକ୍ଷେପଗୁଡି଼କୁ ଅନୁଧ୍ୟାନ କରି ଓଏକ୍ସସିଜିଆର୍ଟି ଭାରତର ଭୂମିକାକୁ ଶ୍ରେଷ୍ଠ ମଣିଛିା ଏଥିରେ ବିଭିନ୍ନ ରାଷ୍ଟ୍ର ବାସ୍ତବତା ଦୃଷ୍ଟିରୁ ଗ୍ରହଣ କରିଥିବା ସମୟୋପଯୋଗୀ ଯୋଜନାଗୁଡି଼କୁ ନିର୍ଦ୍ଦିଷ୍ଟ ମାପଦଣ୍ତରେ ତୁଳନା କରି ଓଏକ୍ସସିଜିଆର୍ଟି ଏଭଳି ତଥ୍ୟ ରଖିଛିା ଉକ୍ତ ସଂସ୍ଥା ମୋଟାମୋଟି ୧୩ଟି ମାନଦଣ୍ତକୁ ବିଚାରକୁ ନେଇଛିା ସେଗୁଡି଼କ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକୁ ସରକାର ବନ୍ଦ କରାଇବା, ସାର୍ବଜନୀନ ମେଳା ମହୋତ୍ସବ କି ସମାବେଶ ଆଦିକୁ ରଦ୍ଦ କରିବା, ସର୍ବସାଧାରଣ ଯାତାୟାତ ବ୍ୟବସ୍ଥାକୁ ବନ୍ଦ ରଖିବା, ଆବଶ୍ୟକ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରାଇବା, ରାଷ୍ଟ୍ର ମଧ୍ୟରେ ଚଳାଚଳ ଏବଂ ଅନ୍ତଃରାଷ୍ଟ୍ରୀୟ ଗମନାଗମନରେ କଠୋର କଟକଣା ଲଗାଇବା ବା ନିୟନ୍ତ୍ରଣ କରିବା, ବିଭିନ୍ନ ପ୍ରକାର ଆର୍ଥିକ ଯୋଜନା ପ୍ରଣୟନ କରିବା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜରୁରୀକାଳୀନ ଅର୍ଥନିବେଶ କରିବା, ରୋଗର ଟିକା ଆବିଷ୍କାର ଦିଗରେ ଆବଶ୍ୟକ ଅର୍ଥ ଖର୍ଚ୍ଚ କରିବା, ରୋଗ ପରୀକ୍ଷା ନିରୀକ୍ଷା କରାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଶ ବା ସନ୍ଦିଗ୍ଧଙ୍କୁ ଠାବ କରିବା ପ୍ରକ୍ରିୟା ଆଦି ରହିଛିା ତେବେ ଭାରତର ମୋଦୀ ସରକାର ଦେଶରେ କରୋନାର ଆବିର୍ଭାବ ଜଣାପଡି଼ବା ପରେ ପରେ ସଂକ୍ରମଣକୁ ସୀମିତ କରିବା ଲାଗି ଅନେକଗୁଡି଼ଏ ସମୟୋପଯୋଗୀ ପଦକ୍ଷେପ ନେଇଥିବା ଓଏକ୍ସସିଜିଆର୍ଟି ପକ୍ଷରୁ କୁହାଯାଇଛିା ଅନ୍ୟ ଦେଶମାନେ ଅବଶ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି, ମାତ୍ର ସେମାନେ ତାହା ସବୁ ପ୍ରୟୋଗକଲା ବେଳକୁ ବିଳମ୍ବ ହୋଇଯାଇଥିବାରୁ ସେଠାରେ କରୋନା ଉପଦ୍ରବକୁ ସେହି ପରିମାଣରେ ରୋକାଯାଇପାରିନାହିାଁ ଅପରପକ୍ଷେ, କରୋନା ପ୍ରତିରୋଧ ସୂଚକାଙ୍କରେ ଭାରତ ସ୍ଥିର ଭାବରେ ଆଗୁଆ ରହିଆସିଛି ବୋଲି ଓଏକ୍ସସିଜିଆର୍ଟି ସ୍ପଷ୍ଟ କରିଛିା
କୋଭିଡ୍ ମୁକାବିଲାରେ ଭାରତ ଆଗୁଆ
/sambad/media/post_attachments/wp-content/uploads/2020/04/sfhsfhsfhsfhsfhsfhsfhsfhsfhsfhfhfhsfhssfhfh.jpg)