ଭାରତରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଜାରି

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ମହାମାରୀ ଏବେ ‌ଷ୍ଟେଜ୍‌-୨ରେ ରହିଛି ଏବଂ ଏହା ଷ୍ଟେଜ୍‌-୩ ତଥା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ଆଡ଼କୁ ଯେଭଳି ଯିବନାହିଁ ସେ ଦିଗରେ ଯୁଦ୍ଧସ୍ତରରେ ସରକାର କାମ କରୁଛନ୍ତି ବୋଲି ଭାରତୀୟ ଚିକିତ୍ସା ଗବେଣୋ ପରିଷଦ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି। ଭାରତରେ ଷ୍ଟେଜ୍‌-୨ରେ ରହିଛି ଏବଂ ସବୁସ୍ତରରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ଭାରତରେ କରୋନା କେବଳ ସଂକ୍ରମିତଙ୍କ ଘନିଷ୍ଠ ତଥା ସ୍ଥାନୀୟ ପର୍ଯ୍ୟାୟରେ ରହିଛି।

ସମ୍ବନ୍ଧିତ ଖବର