ନୂଆଦିଲ୍ଲୀ: ‘ଗଗନଯାନ’ ମହାକାଶଚାରୀଙ୍କ ସକାଶେ ଆବଶ୍ୟକ ଉପକରଣ ଯୋଗାଇ ଦେବା ନିମନ୍ତେ ଭାରତ ଓ ଫ୍ରାନ୍ସ୍ର ମହାକାଶ ଏଜେନ୍ସିମାନେ ଅଗ୍ରଣୀସ୍ତରୀୟ ଆଲୋଚନାରେ ପହଞ୍ଚିଲେଣି। ବିଶେଷକରି, ଆସନ୍ତାବର୍ଷ ‘ମିସନ୍ ଆଲ୍ଫା’ରେ ଯାତ୍ରା କରୁଥିବା ଫରାସୀ ମହାକାଶଚାରୀ ଟୋମାସ୍ ପିକ୍ବେଷ୍ଟ୍ ଯେଉଁ ଉପକରଣ ବ୍ୟବହାର କରିବେ ‘ଗଗନଯାନ’ ମହାକାଶଚାରୀଙ୍କ ପାଇଁ ମଧ୍ୟ ସେଭଳି ଆବଶ୍ୟକ ବୋଲି ଭାରତ କହିଛି।
ଫ୍ରାନ୍ସ୍ର ମହାକାଶ ଏଜେନ୍ସି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସ୍ପେସ୍ ଷ୍ଟଡିଜ୍’ର (ସିଏନ୍ଇଏସ୍) ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମିସନ୍ ଆଲ୍ଫା ନିମନ୍ତେ ଉପକରଣ କାର୍ଯ୍ୟ ଚାଲିଛି।
‘ଇଉରୋପିୟାନ୍ ସ୍ପେସ୍ ଏଜେନ୍ସି’ର ଅଂଶବିଶେଷ ଭାବେ ଆସନ୍ତାବର୍ଷ ପ୍ରାରମ୍ଭରେ ‘କ୍ରୁ’ ଡ୍ରାଗନ୍’ରେ ଉଡ଼ିବା ବେଳେ ଫରାସୀ ବ୍ୟୋମଚାରୀ ଟୋମାସ୍ ପିକ୍ବେଷ୍ଟ୍ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ପ୍ରତ୍ୟାବର୍ତ୍ତନ କରିବେ।
Image Courtesy of News18ଉପକରଣ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ ନ କରି ‘ସିଏନ୍ଇଏସ୍’ର ଅଧିକାରୀଜଣକ କହିଛନ୍ତି ଯେ, ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଘୋଷଣା ହୋଇପାରେ। ‘ମିସନ୍ ଆଲ୍ଫା’ ସକାଶେ ଉପକରଣ ନିର୍ମାଣ କାର୍ଯ୍ୟ ଚାଲିଛି।
ମହାକାଶ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ୍ ଦୃଢ଼ ମିଳିତ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶର ମହାକାଶ ଏଜେନ୍ସି ମିଳିତ ଭାବେ ପ୍ରାୟ ୧୦, ୦୦୦ କୋଟି ଟଙ୍କାର ‘ଗଗନଯାନ ମିସନ୍’ରେ ମଧ୍ୟ ମିଳିତ ଉଦ୍ୟମ ଚଳାଇଛନ୍ତି। ଏହି ମିସନ୍ରେ ତିନି ଜଣ ଭାରତୀୟ ୨୦୨୨ସୁଦ୍ଧା ମହାକାଶକୁ ଯାତ୍ରା କରିବେ।
ଡାକ୍ତର ଓ ଇଞ୍ଜିନିୟର୍ମାନଙ୍କୁ ତାଲିମ ଦେବାକୁ ଗତବର୍ଷ ‘ସିଏନ୍ଇଏସ୍’ର ଫ୍ଲାଇଟ୍ ସର୍ଜନ୍ ବ୍ରିଜିଟ୍ ଗଡାର୍ଡ ଭାରତ ଆସିଥିଲେ। ମହାକାଶ ଔଷଧ ନିମନ୍ତେ ଫ୍ରାନ୍ସ୍ ସୁପ୍ରତିଷ୍ଠିତ ଜ୍ଞାନକୌଶଳ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gaganyaan-1.jpg)